ଆମ ବସକୁ ଅଟକାଇଲେ ମହିଳା
ଭୁବନେଶ୍ବର: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତର ଘାଟବାଲିଯୋଡି ଓ ତଣ୍ଡୋ ଗ୍ରାମକୁ ସରକାରୀ ଆମ ବସ ଚଳାଚଳ କରିବା ଦାବିରେ ଆଜି ୨ ଗ୍ରାମର ଶତାଧିକ ମହିଳା ଡୁମୁରିଆ ଛକ ନିକଟରେ ବସ୍ କୁ ଅଟକ ରଖି ବସ୍ ଚଳାଇବା ପାଇଁ ଦାବି କରିଥିଲେ। ପୂର୍ବରୁ ଗ୍ରାମକୁ ବସ୍ ଯାଉଥିବା ବେଳେ ଗତ ୩ ମାସ ଧରି ବସ୍ ଚଳାଚଳ ବନ୍ଦ ରହିଥିଲା। ଘଟଣାସ୍ଥଳରେ ଘଟଗାଁ ପୁଲିସ ପହଞ୍ଚି ଉତ୍ୟକ୍ତ ମହିଳା ମାନଙ୍କୁ ବୁଝାସୁଝା କରିବା ପରେ ବସ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥିଲା।
Powered by Froala Editor