ଆଲୁମିନିୟମ ବାସନରେ ଖାଇବା ଠିକ୍ ନା ଭୁଲ ଜାଣନ୍ତୁ.....

ଭାରତୀୟ ରୋଷେଇରେ ଆଲୁମିନିୟମ ବାସନକୁସନର ବହୁଳ ବ୍ୟବହାର ହୋଇଥାଏ। ଏହା ହାଲୁକା, ଶସ୍ତା ଏବଂ ସହଜରେ ଗରମ ହୋଇଯାଏ। ଏଥିଲାଗି ଅନେକେ ଲୋକ ପ୍ରାୟତଃ ପ୍ରଶ୍ନ କରନ୍ତି ଯେ ଆଲୁମିନିୟମ ବାସନରେ ଖାଇବା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ନା ଭଲ। ଆସନ୍ତୁ ସେ ବିଷୟରେ ସବିଶେଷ ଜାଣିବା:-
ଆଲୁମିନିୟମକୁ ନେଇ ହୋଇଥିବା ରିସର୍ଚ୍ଚ ମୁତାବକ, ଏହି ବାସନର ବ୍ୟବହାର କ୍ଷତିକାରକ ନୁହେଁ, କାରଣ ଏହା ଏକ ଧାତୁ। ମାତ୍ର ସଠିକ ବାସନ ନ ମିଳିବା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ। କାରଣ ଏହି ବାସନର ଭୁଲ ବ୍ୟବହାର କରିବା ଅନୁଚିତ।
ରୋଷେଇ କରିବା ସମୟରେ କିଛି ମାତ୍ରାରେ ଆଲୁମିନିୟମର ଖାଦ୍ୟରେ ମିଶି ଯାଇଥାଏ। ବିଶେଷକରି ଖଟା ଜିନିଷ ଯେପରିକି ଟମାଟୋ, ଲେମ୍ବୁ, କଇଁଆ ବ୍ୟବହାର କରିବା ସମୟରେ ହୋଇଥାଏ। ତେବେ ଶରୀରରେ ସାମାନ୍ୟ ଭାବେ ୨ରୁ ୧୦ ମିଲିଗ୍ରାମ ଯାଏ ପ୍ରତ୍ୟେହ ଡାଏଟରେ ପ୍ରବେଶ କରେ। ଦୀର୍ଘ ସମୟ ଧରି ତାହାକୁ ସେବନ କଲେ ମସ୍କିଷ୍କ, ହାଡ଼ ଏବଂ କିଡନୀ ଉପରେ ଖରାପ ପ୍ରଭାବ ପକାଇଥାଏ।
ଅଧିକ ମାତ୍ରାରେ ଆଲୁମିନିୟମ ଭୋଜନ ମାଧ୍ୟମରେ ଶରୀରରେ ପ୍ରବେଶ କଲେ ଗମ୍ଭୀର ସ୍ବାୟୁଜନିତ ରୋଗ ହୋଇଥାଏ। କୀଡ଼ନୀ ମଧ୍ୟ ଖରାପ ହୋଇପାରେ। କେବଳ ଏତିକି ନୁହେଁ ହୃଦରୋଗ ସହ ଅନ୍ୟ ଅଙ୍ଗରେ ମଧ୍ୟ ଏହା ଖରାପ ପ୍ରଭାବ ପକାଇପାରେ। ବାସନ ଖରାପ ହେଲେ ତାହାର ବ୍ୟବହାର ବନ୍ଦ କରନ୍ତୁ।
Powered by Froala Editor