ପ୍ରବଳ ବର୍ଷାରେ ଗୁମାଡ଼ି ପୋଲ ଡାଇଭର୍ଷନ ରାସ୍ତା ଧୋଇଲା
ଫୁଲବାଣୀ: ଲଗାଣ ବର୍ଷାରେ ପୁଣି ଧୋଇଗଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ଅନ୍ତର୍ଗତ ଗୁମାଡ଼ି ପୋଲ ଡାଇଭର୍ଷନ ରାସ୍ତା । ପ୍ରବଳ ବର୍ଷା ଯୋଗୁଁ ପୁଣି ଡାଇଭର୍ଷନ ରାସ୍ତା ଧୋଇଯିବାରୁ ପଞ୍ଚାୟତବାସୀ ହନ୍ତସନ୍ତ ହେଉଥିବା ବେଳେ ଉକ୍ତ ରାସ୍ତା ଯାତାୟାତ କରୁଥିବା ଗାଡି ଚାଳକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶନିବାର ରାତିରେ ପ୍ରବଳ ବର୍ଷା ଯୋଗୁଁ ପୁନର୍ବାର ଗୁମାଡ଼ି ପୋଲର ଡାଇଭର୍ଷନ ରୋଡ ଧୋଇଯାଇଛି । ନିମ୍ନ କାମର କାର୍ଯ୍ୟ ଯୋଗୁଁ ଏଭଳି ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।
Powered by Froala Editor