ମହୋଷଧି ରସୁଣର ଉପକାରୀ ଗୁଣ
ରସୁଣ ଖାଇବାର ଲାଭ ଅନେକ। କୁହାଯାଏ, କୌଣସି ନା କୌଣସି ରୂପରେ ରସୁଣକୁ ଡାଏଟ ପ୍ଲାନରେ ସାମିଲ କରିବା ଉଚିତ। କିନ୍ତୁ ସକାଳ ଖାଲିପେଟରେ ରସୁଣ ଖାଇବା ଦ୍ୱାରା ବିଶେଷ ଲାଭ ମିଳିଥାଏ। ରସୁଣ ଖାଇବା ଦ୍ୱାରା ଉଚ୍ଚରକ୍ତଚାପରୁ ଆରାମ ମିଳିଥାଏ। କାରଣ ରସୁଣ ରକ୍ତ ସଞ୍ଚାଳନ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଉଚ୍ଚ ରକ୍ତଚାପ ସମସ୍ୟାରେ ପୀଡ଼ିତ ରୋଗୀ ଏହାର ସେବନ କରିବା ଉଚିତ। କେବଳ ସେତିକି ନୁହେଁ, ପେଟ ସହ ସମ୍ବନ୍ଧିତ ଯେକୌଣସି ସସସ୍ୟା ଥିଲେ ରସୁଣ ସେବନ ଦ୍ୱାରା ସେଥିରୁ ଉପଶମ ମିଳିଥାଏ। ଉଷୁମ ପାଣିରେ ରସୁଣ କୋଲାକୁ ପକାଇ ଏହି ପାଣିକୁ ଖାଲିପେଟରେ ପିଇଲେ ଗ୍ୟାସ ଏବଂ କୋଷ୍ଠକାଠିନ୍ୟ ସମସ୍ୟାର ସମାଧାନ ହୋଇଥାଏ।
Powered by Froala Editor