୧୨ରେ ବିଦେଶରେ ରିଲିଜ ହେବ ‘ଅବୀର ଗୁଲାଲ୍’

ରୋମାଣ୍ଟିକ୍ ଡ୍ରାମା ଫିଲ୍ମ ‘ଅବୀର ଗୁଲାଲ୍’ର ରିଲିଜ୍ ଭାରତରେ ବ୍ୟାନ୍ ହୋଇଥିଲା । ତେବେ ଆସନ୍ତା ୧୨ ତାରିଖରେ ଫିଲ୍ମଟି ବିଦେଶରେ ମୁକ୍ତିଲାଭ କରିବ ବୋଲି ଏହାର ନିର୍ଦ୍ଦେଶକ ଆରତି ଏସ୍ ବାଗ୍ଦି ସ୍ପଷ୍ଟ କରିଛନ୍ତି । ଇନ୍ଷ୍ଟାଗ୍ରାମ୍ରେ ଫିଲ୍ମର ଟ୍ରେଲର୍ ଶେୟାର କରି ଆରତି ସୂଚନା ଦେଇଛନ୍ତି ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ବାନି କପୁର ଓ ପାକ୍ ଅଭିନେତା ଫୱାଦ ଖାନ୍ଙ୍କ ଅଭିନୀତ ଏହି ଫିଲ୍ମ ବ୍ୟାନ୍ କରାଯାଇଥିଲା । ଏପ୍ରିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ‘ଅବୀର ଗୁଲାଲ୍’ର ଟ୍ରେଲର୍ ୟୁଟ୍ୟୁବ୍ ଇଣ୍ଡିଆରୁ ହଟାଇ ଦିଆଯାଇଥିଲା । ତା’ପରଠୁ ଭାରତୀୟ ପ୍ରୋଜେକ୍ଟରେ ପାକ୍ କଳାକାରଙ୍କୁ ବୟକଟ୍ ନାରାବାଜି ଜାରି ରହିଛି । ଏହି କାରଣରୁ ‘ଅବୀର ଗୁଲାଲ୍’ର ସୁଟିଂକୁ ବାତିଲ କରିଥିଲେ ନିର୍ମାତା ।
ଏହା ପୂର୍ବରୁ ରିପୋର୍ଟ ଆସିଥିଲା ଯେ ଗତ ଅଗଷ୍ଟ ୨୯ରେ ଭାରତ ବ୍ୟତୀତ ୭୫ ଦେଶରେ ଫିଲ୍ମ ରିଲିଜ୍ ହେବ । କିନ୍ତୁ ନିର୍ଦ୍ଦେଶକ ଆରତୀ ଏବେ ସ୍ପଷ୍ଟ କରିଛନ୍ତି ଯେ ଫିଲ୍ମଟି ଚଳିତ ମାସ ୧୨ ତାରିଖରେ ରିଲିଜ ହେବ ବୋଲି ସ୍କଷ୍ଟ କରିଛନ୍ତି ।
Powered by Froala Editor