ଅକ୍ଟୋବର ୮ରୁ RI, ICDS ସୁପରଭାଇଜର, ଅମିନ ପରୀକ୍ଷା

ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(ଓଏସଏସଏସସି) ଦ୍ଵାରା ପରିଚାଳିତ ରାଜସ୍ଵ ନିରୀକ୍ଷକ, ଅମିନ, ସହକାରୀ ରାଜସ୍ଵ ନିରୀକ୍ଷକ, ଏସଏଫଏସ ଏବଂ ଆଇସିଡିଏସ ସୁପରଭାଇଜର ପରୀକ୍ଷା ଆସନ୍ତା ଅକ୍ଟୋବର ୮ ତାରିଖରୁ ଅନୁଷ୍ଠିତ ହେବ। ଏହି ପରୀକ୍ଷା ପ୍ରିଲିମ ପରୀକ୍ଷା ନଭେମ୍ବରର ୩ୟ ସପ୍ତାହ ପର୍ଯ୍ୟନ୍ତ ଚାଲିପାରେ ବୋଲି କମିଶନ ବିଜ୍ଞପ୍ତି ପ୍ରକାଶ କରିଛି। ଏ ସମ୍ପର୍କରେ ଆୟୋଗ ପକ୍ଷରୁ ସୋମବାର ବିଜ୍ଞପ୍ତି ଜାରି କରାଯାଇଛି। ପରୀକ୍ଷା ତାରିଖ, ସ୍ଥାନ ଏବଂ କେନ୍ଦ୍ର ସମ୍ପର୍କିତ ତଥ୍ୟ ପ୍ରବେଶ ପତ୍ରରେ ଉଲ୍ଲେଖ କରାଯିବ ବୋଲି ସୂଚନା ଦିଆଯାଇଛି।
ପୂର୍ବରୁ ଏହି ପରୀକ୍ଷାର ମେନ୍ସ ୨୦୨୫ରେ ରଦ୍ଦ ହୋଇଥିଲା ଏବଂ ହାଇକୋର୍ଟ ଏହାର ସାନି ପରୀକ୍ଷା କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ହାଇକୋର୍ଟ ନିର୍ଦ୍ଦେଶ ଅନୁଯାୟୀ ନୂତନ ପ୍ରିଲିମ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ପ୍ରିଲିମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ମେନ୍ସ ଓ କମ୍ପ୍ୟୁଟର୍ ସ୍କିଲ୍ ଟେଷ୍ଟ୍ ହେବ। ପୂର୍ବରୁ ଆବେଦନ କରିଥିବା ସମସ୍ତ ଆଶାୟୀ ପରୀକ୍ଷା ଦେଇପାରିବେ। ଫଳରେ ୫ଲକ୍ଷ ୫୮ ହଜାର ୧୨୮ ଆବେଦନକାରୀ ପରୀକ୍ଷା ଦେଇପାରିବେ ବୋଲି ସ୍ପଷ୍ଟ କରାଯାଇଛି।
Powered by Froala Editor