କୋଟିଏ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ: କରୋନା ସମୟରେ ନିଶା ବେପାରୀମାନେ ସକ୍ରିୟ ହୋଇପଡ଼ିଛନ୍ତି । ବିଶେଷ କରି ଗଞ୍ଜେଇ କାରବାର ଏହି ସମୟରେ ଜୋର ଧରିଛି । ଗଞ୍ଜେଇ ଚୋରା ଚାଲାଣ କରିବା ପାଇଁ ନିଶାଡ଼ିମାନେ ବିଭିନ୍ନ ଉପାୟ ମଧ୍ୟ ଅବଲମ୍ବନ କରୁଛନ୍ତି । କେତେବେଳେ ଆମ୍ବୁଲାନ୍ସରେ ତ କେତେବେଳେ ଦାମୀ ଗାଡ଼ିରେ ଗଞ୍ଜେଇ ବେପାରା କରୁଛନ୍ତି । ପୁଲିସ ଆଖିରେ ଧୂଳି ଦେବା ପାଇଁ ନିଶାଡ଼ିମାନେ ଏମିତି ଗଞ୍ଜେଇ ଚୋରା ଚାଲାଣ କରୁଛନ୍ତି । ତେବେ ଏବେ ଅଦା ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଧରାପଡ଼ିଛି । ଜୟପୁର ସଦର ପୁଲିସ ଦ୍ୱାରା ୧ଟନ ଗଞ୍ଜେଇ ଜବତ କରାଯାଇଥିବାବେଳେ ଜଣକୁ ଗିରଫ କରାଯାଇଛି ।
ଅଦା ବୋଝେଇ ଟ୍ରକରେ ପଞ୍ଜାବ ଚୋରାଚାଲାଣ ବେଳେ ପୁଲିସ ଉକ୍ତ ଗଞ୍ଜେଇକୁ ଜବତ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି ଜଣାଯାଇଛି ।
Powered by Froala Editor