ଗାଧୋଇବାକୁ ଯାଇ କେନାଲ ଜଳସ୍ରୋତରେ ଭାସି ଯୁବକ ମୃତ

କାମାକ୍ଷାନଗର: ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧିନସ୍ଥ ବସୁଲେଇ ଗାଁ ରେଙ୍ଗାଳୀ ବାମ ପାର୍ଶ୍ଵ କେନାଲରେ ବୁଡି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ବସୁଲେଇ ଗାଁର ମାନସ ପରିଡା(୩୪) ବୋଲି ଜଣାପଡିଛି। ମାନସ ଗାଧୋଇବାକୁ ଯାଇ କେନାଲର ଜଳସ୍ରୋତରେ ଭାସି ଯାଇଥିଲେ। ତେବେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଅଗ୍ନିଶମ ବାହିନୀ ସହାୟତାରେ ତାଙ୍କୁ କେନାଲ ଭିତରୁ ଉଦ୍ଧାର କରାଯାଇଥିଲା।
Powered by Froala Editor