ସୁରକ୍ଷା କର୍ମୀଙ୍କ ଗୁଳିରେ ୪ ହାଡକୋର ମାଓବାଦୀ ନିହତ

ମାଲକାନଗିରି: ମହାରାଷ୍ଟ୍ର ଗଡଚିରୋଲି ଜିଲ୍ଲାରେ ଏନକାଣ୍ଟର । ସୁରକ୍ଷା କର୍ମୀଙ୍କ ଗୁଳିରେ ଚାରି ଜଣ ହାଡକୋର ମାଓବାଦୀ ନିହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ପୁରୁଷ ଓ ୩ ଜଣ ମହିଳା ମାଓବାଦୀ ରହିଛନ୍ତି । ମୃତ ମାଓବାଦୀଙ୍କ ନିକଟରୁ ୪ ଟି ବନ୍ଧୁକ ଜବତ ହୋଇଛି । ଗୋଟିଏ SLR, ୨ ଟି INSAS ଓ ଗୋଟିଏ ୩୦୩ ବନ୍ଧୁକ ଜବତ ହୋଇଛି ।
ସୂଚନା ଅନୁସାରେ ମହାରାଷ୍ଟ୍ର ଗଡଚିରୋଲି ଓ ଛତିଶଗଡ଼ ନାରାୟଣପୁର ଜିଲ୍ଲା ସୀମାନ୍ତରେ ଥିବା କୋପର୍ଶି ଜଙ୍ଗଲ ଭିତରେ ମାଓବାଦୀ ମାନେ ରହିଥିବା ଖବର ପାଇଥିଲେ ସୁରକ୍ଷାକର୍ମୀ । ଏହାପରେ C-60 ବାହିନୀ ଓ CRPF ବାହିନୀ ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା । ସର୍ଚ୍ଚ ଅପରେସନ ସମୟରେ ମାଓବାଦୀମାନେ ଯବାନଙ୍କ ଉପରେ ଅତର୍କିତ ଗୁଳିଚାଳନା ଆରମ୍ଭ କରିଥିଲେ । ଯାହାର ପାଲଟା ଜବାବ ଦେଇଥିଲେ ସୁରକ୍ଷା ବାହିନୀ ।
Powered by Froala Editor