ନୂଆଖାଇରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଛା

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ, ମା ମାଟି ଓ ଇଷ୍ଟ ଦେବୀଙ୍କୁ ପୂଜା କରିବାର ପର୍ବ ହେଉଛି ନୂଆଖାଇ । ଚାଷୀ ତାର ପ୍ରଥମ ଫସଲକୁ ଇଷ୍ଟ ଦେବୀଙ୍କ ପାଖରେ ଲାଗି କରିବା ପରେ ସହପରିବାରଙ୍କ ସହ ମିଶି ଏକାଠି ନୂଆ ଖାଇଥାନ୍ତି । ଏହା ହେଉଛି ନୂଆ ଖାଇ ପର୍ବର ସ୍ୱତନ୍ତ୍ର ପରମ୍ପରା । ବନ୍ଧୁ ବାନ୍ଧବ ସମସ୍ତେ ରାଗ ରୋଷ, ମାନ ଅଭିମାନ ଭୁଲି ପରିବାର ସାରା ଏକାଠି ବସି ନବାନ୍ନ ଭକ୍ଷଣ କରନ୍ତି । ନୂଆଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ଅଭିନନ୍ଦନ ଓ ଜୁହାର ଜଣାଇଛନ୍ତି ।
ନୂଆଖାଇ ଦିନ ବିଭିନ୍ନ ପ୍ରକାର ସୁସ୍ୱାଦ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ । ଘରର ମହିଳା ମାନେ ଏକାଠି ରୋଷେଇ କରିବା ଓ ଏକାଠି ବସି ଖାଇବା ହେଉଛି ନୂଆଖାଇର ଏକ ଅନ୍ୟନ ପରାମ୍ପରା । ଖିଆପିଆ ପରେ ଆରମ୍ଭ ହୋଇଥାଏ ଜୁହାର ଭେଟ୍ । ଘରର ଛୋଟ ମାନେ ବଡମାନଙ୍କୁ ମୁଣ୍ଡିଆ ମାରି ଆର୍ଶିବାଦ ଭିକ୍ଷା କରନ୍ତି ।
Powered by Froala Editor