୩୦ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଚାଲିବ ଭିତରକନିକା ପକ୍ଷୀ ଗଣନା

ରାଜନଗର : ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଗଣନା କରାଯିବ। ଚଳିତ ମାସ ୩୦ରୁ ପକ୍ଷୀ ଗଣନା ଆରମ୍ଭ ହୋଇ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଜାତୀୟ ଉଦ୍ୟାନରେ ଥିବା ମଠଆଡିଆ ଓ ଜାତୀୟ ଉଦ୍ୟାନ ବାହାରେ ବ୍ରାହ୍ମଣୀ ନଦୀସ୍ଥିତ ଲକ୍ଷ୍ମୀପ୍ରସାଦ ଡିଆ, ଦୁର୍ଗାପ୍ରସାଦ ଡିଆ ଓ ବାଲିଡିଆରେ ପକ୍ଷୀ ଗଣନା କରାଯିବ। କନିକା ରେଞ୍ଜରେ ମଠଆଡିଆ ଲକ୍ଷ୍ମୀ ପ୍ରସାଦ ଡିଆ ଓ ଦୁର୍ଗାପ୍ରସାଦଠିଆରେ ଗଣନା କରାଯିବ। ତିନୋଟି ଦଳ ଏହି ଗଣନାରେ ସାମିଲ ହେବେ। ପ୍ରତି ଦଳରେ ୭ ଜଣଙ୍କୁ ସାମିଲ କରାଯିବ। ଚଳିତବର୍ଷ ଅଧିକ ପକ୍ଷୀ ଥିବା ନେଇ ଆଶାବାଦୀ ଅଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ଭରଦରାଜ ଗାଓଁକର। ପକ୍ଷୀ ଗଣନା ସମୟରେ ଭିତରକନିକାକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି।
Powered by Froala Editor