ବାଲିଆପାଳ ବନ୍ୟା: ୯ଟି ପଞ୍ଚାୟତର ୩୫ରୁ ଅଧିକ ଗ୍ରାମର ଲୋକ ପ୍ରଭାବିତ

ବାଲିଆପାଳ: ସୁବର୍ଣ୍ଣରେଖା ନଦୀରେ ଆସିଥିବା ଷଷ୍ଠ ବନ୍ୟାରେ ବାଲିଆପାଳ ବ୍ଲକ, ୯ଟି ପଞ୍ଚାୟତର ୩୫ରୁ ଅଧିକ ଗ୍ରାମର ୫୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ମୁଖ୍ୟ ରାସ୍ତାଗୁଡ଼ିକ ଉପରେ ଆଜି ୫ ଫୁଟ ଉଚ୍ଚତାରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଲୋକେ ବେଶ ହଇରାଣ ହେଉଛନ୍ତି। ଜାମକୁଣ୍ଡା ଲକ-ବିଷ୍ଣୁପୁର, ନୟାବାଲି, କୁହ୍ଲାଚଡ, ଇକଡ଼ପାଳ, ତାଳପଦା ଆଦି ଗ୍ରାମକୁ ଯିବା ରାସ୍ତାରେ ଉପରେ ବନ୍ୟା ପାଣି ପ୍ରବାହିତ ହେଉଛି। ସେହିପରି ପଞ୍ଚରୁଖି ଠାରୁ ଚଡବସ୍ତ କାଳରୁଇ ଓ ଚୌଧୁରୀ୨କୁଦ ରାସ୍ତା ଉପରେ ୫ ଫୁଟ ଉଚ୍ଚତାେର ବନ୍ୟା ପାଣି ପ୍ରବାହିତ ହେଉଛି। ବାଲିଆପାଳ ଠାରୁ କୁଦମାନସିଂହ ଏବଂ ବିଷ୍ଣୁପୁର ଗ୍ରାମକୁ ଯାଇଥିବା ମୁଖ୍ୟ ରାସ୍ତାଗୁଡ଼ିକରେ ୪/୫ ଫୁଟ ଉଚ୍ଚତାରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଏହି ସବୁ ଗ୍ରାମକୁ ସରକାରୀ ବୋଟ ଯୋଗାଇଦିଆଯାଇଛି।
ବ୍ଲକର ବନ୍ୟା ପ୍ରଭାବିତ ୧୦ଟି ପଞ୍ଚାୟତର ଲୋକଙ୍କ ପାଇଁ ୬୬୪ କୁଇଣ୍ଟାଲ ଚୁଡା ଏବଂ ୬୪ କୁଇଣ୍ଟାଲ ଗୁଡ ଦିଆଯିବାର ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି। ଆଜି ୫ଟି ପଞ୍ଚାୟତ ଅସ୍ତି, ବାଲିଆପାଳ,ମଧୁପୁରା, ବିଷ୍ଣୁପୁର, ଜାମକୁଣ୍ଡା ପ୍ରଭୃତି ପଞ୍ଚାୟତକୁ ୧୦୦ କୁଇଣ୍ଟାଲ ଚୁଡା ଓ ୧୦ କୁଇଣ୍ଟାଲ ଗୁଡ ଯୋଗାଇ ଦିଆଯାଉଛି। ସେହିପରି ୨୫ ହଜାର ପାଣି ବୋତଲ ବିପନ୍ନଙ୍କ ପାଇଁ ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି।
Powered by Froala Editor