ଭିଜିଲାନ୍ସ ହାତରେ ଧରା ପଡିଲେ ଏସ୍ଆଇ

ଭୁବନେଶ୍ୱର: ଏବେ ଜଣଙ୍କ ପରେ ଜଣେ ସରକାରୀ ବାବୁ ଭିଜିଲାନ୍ସ ହାବୁଡରେ ପଡୁଛନ୍ତି। ଭିଜିଲାନ୍ସ ଧରପଗଡ଼ ବାବୁ ମାନଙ୍କୁ ଅଡୁଆରେ ପକାଇଛି। ଏହି କ୍ରମରେ ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଛନ୍ତି ଆଉ ଜଣେ ସରକାରୀ ବାବୁ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବରଗଡ ଜିଲା ବିଜେପୁର ପୁଲିସ ଥାନା ଏସ୍.ଆଇ ଶ୍ରୀ ଜଗା ବରିହା । ଜଣେ କବାଡିଆଙ୍କଠାରୁ ଲଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୩ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍ ।
Powered by Froala Editor