ଡେ’ କେୟାରରେ ନୃଶଂସତା : ୧୫ ମାସର ଶିଶୁକୁ ବେଲ୍ଟରେ ପିଟି କାମୁଡ଼ି ପକାଇଲା ମେଡ୍

ଉତ୍ତରପ୍ରଦେଶର ନୋଏଡ଼ାରେ ଜଣେ ୧୫ ମାସର ଝିଅ ଉପରେ ଅମାନୁଷିକ କାର୍ଯ୍ୟ ହୋଇଥିବା ସାମ୍ନାକୁ ଆସିଛି। ଏକ ଡେ କେୟାର ସେଣ୍ଟରରେ ଥିବା ଜଣେ ମେଡ୍ ଝିଅଟିକୁ ଚାପୁଡ଼ା ମାରିବା ସହିତ ତାକୁ ତଳେ ପକାଇ ଅକଥନୀୟ ନିର୍ଯ୍ୟାତନା ଦେଇଛି। ମେଡ୍ ଙ୍କ ଏହି କାର୍ଯ୍ୟ ଡେ କେୟାର ସେଣ୍ଟରରେ ଲାଗିଥିବା ସିସି ଟିଭି କ୍ୟାମେରାରେ କଏଦ ହୋଇଛି। ଏଥିରେ ସେ ଝିଅଟିକୁ କୋଳରେ ଧରିଥିବା ଏବଂ ମଝିରେ ସେ ଝିଅଟିକୁ ମାଡ଼ ମାରିବା ଏବଂ ପିଟିବା ଦେଖାଯାଉଛି। କେବଳ ଏତିକି ନୁହେଁ, ସେ ଝିଅଟିକୁ ପ୍ଲାଷ୍ଟିକ ବେଲ୍ଟରେ ପିଟିବା ଏବଂ ତାକୁ ତଳେ ପକାଇ ମଧ୍ୟ ଦେଇଥିଲେ। ଆଉ ପରେ ଦାନ୍ତରେ କାମୁଡ଼ି ଲହୁ ଲୁହାଣ କରିଦେଇଥିବା ସୂଚନା ମିଳିଛି।
ନୋଏଡାର ସେକ୍ଟର-୧୩୭ ପାରସ ଟିଆରା ସୋସାଇଟିରେ ଅବସ୍ଥିତ ଡେ କେୟାର ସେଣ୍ଟର BLIPEEରୁ ଏହି ମାମଲା ସାମ୍ନାକୁ ଆସିଛି। ଝିଅଟିର ମାଆ ତାକୁ ଡେ କେୟାରରୁ ନେବାକୁ ଆସିଥିଲେ, ଝିଅଟି ଲଗାତାର କାନ୍ଦୁଥିଲେ। ମାଆ ଯାଞ୍ଚ କରିବା ସମୟରେ ଝିଅଟିର ଜଙ୍ଘରେ କାମୁଡ଼ା ଚିହ୍ନ ଦେଖାଯାଇଥିଲା। ପରେ ମା’ ତୁରନ୍ତ ଝିଅଟିକୁ ହସ୍ପିଟାଲକୁ ନେଇ ଡାକ୍ତରଙ୍କୁ ଦେଖାଇଲେ। ଡାକ୍ତର ଝିଅଟିକୁ ଯାଞ୍ଚ କଲେ ଏବଂ ଝିଅଟିର ଜଙ୍ଘରେ ଥିବା ଆଘାତ ଚିହ୍ନକୁ ‘କାମୁଡ଼ା’ ବୋଲି କହିଥିଲେ।
ଏହା ପରେ ମା’ ଡେ କେୟାର ମେଡ ଉପରେ ସନ୍ଦେହ କରିଥିଲେ। ଝିଅର ମା’ ଅନ୍ୟ ଲୋକଙ୍କ ସହିତ ଡେ କେୟାରରେ ପହଞ୍ଚିଥିଲେ ଏବଂ ତାଙ୍କୁ ସିସିଟିଭି ଯାଞ୍ଚ କରିବାକୁ କୁହାଯାଇଥିଲା। ସିସିଟିଭି ଫୁଟେଜ କଡ଼ାକଡ଼ି ଯାଞ୍ଚରେ ଝିଅଟିକୁ ନିର୍ମମ ବ୍ୟବହାର କରୁଥିବାର ଦେଖାଯାଇଥିଲା। ଭିଡିଓରେ, ସେ ଝିଅଟିକୁ ଚାପୁଡ଼ା ମାରୁଥିବା ଏବଂ କାନ୍ଦିବା ସମୟରେ ତାକୁ ତଳେ ଫିଙ୍ଗି ଦେଉଥିବାର ଦେଖାଯାଇଛି।
ମା’ ଅଭିଯୁକ୍ତ ମେଡ୍ ଏବଂ ଡେ କେୟାର ବିରୋଧରେ ମାମଲା ରୁଜୁ କରିଛନ୍ତି। ମହିଳାଙ୍କ ଅଭିଯୋଗ ଆଧାରରେ, ଅଭିଯୁକ୍ତ ମେଡ୍କୁ ମଧ୍ୟ ଗିରଫ କରାଯାଇଛି।
Powered by Froala Editor