ସାଂସଦଙ୍କ ଫ୍ଲାଟ୍ର ଉଦଘାଟନ କଲେ ମୋଦୀ

ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ସୋମବାର ସାଂସଦଙ୍କୁ ପ୍ରଦାନ କରିବାକୁ ଥିବା ଫ୍ଲାଟ୍ର ଉଦଘାଟନ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ବାବା ଖରକ ସିଂହ ମାର୍ଗରେ ସାଂସଦଙ୍କ ପାଇଁ ନିର୍ମିତ ଫ୍ଲାଟଗୁଡ଼ିକୁ ଉଦଘାଟନ କରିଛନ୍ତି। ଏହି ଫ୍ଲାଟଗୁଡ଼ିକୁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି। ପ୍ରତ୍ୟେକ ଫ୍ଲାଟରେ ୫ଟି କୋଠରୀ ଏବଂ ଏକ କାର୍ଯ୍ୟାଳୟ ପାଇଁ ସ୍ଥାନ ରହିଛି। ଏହା ସହିତ ସାଂସଦଙ୍କ ବ୍ୟକ୍ତିଗତ ସହାୟକଙ୍କ ପାଇଁ ମଧ୍ୟ ସ୍ଥାନ ଯୋଗାଇ ଦିଆଯାଇଛି। ଉଦଘାଟନ ସମୟରେ ନରେନ୍ଦ୍ର ମୋଦୀଙ୍କ ସହିତ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ କିରେନ୍ ରିଜିଜୁ ମଧ୍ୟ ଉପସ୍ଥିତ ଥିଲେ।
ପ୍ରଧାନମନ୍ତ୍ରୀ ବାବା ଖରକ ସିଂହ ମାର୍ଗରେ ସଂସଦ ସଦସ୍ୟଙ୍କ ପାଇଁ ୧୮୪ଟି ନବନିର୍ମିତ ଟାଇପ୍-VII ବହୁତଳ ଫ୍ଲାଟ୍ ଉଦଘାଟନ କରିଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଫ୍ଲାଟ୍ ନିର୍ମାଣ କରିଥିବା ଶ୍ରମିକମାନଙ୍କୁ ମଧ୍ୟ ଭେଟିଥିଲେ। ୫ ହଜାର ବର୍ଗଫୁଟରେ ତିଆରି ଫ୍ଲାଟରେ ୫ଟି କୋଠରୀ ଅଛି। ଯେଉଁଥିରେ ସାଂସଦ ଏବଂ ତାଙ୍କ ସହାୟକଙ୍କ ପାଇଁ ପୃଥକ କାର୍ଯ୍ୟସ୍ଥଳ କରାଯାଇଛି। ଏହା ବ୍ୟତୀତ ସହାୟକ କର୍ମଚାରୀଙ୍କ ପାଇଁ ୨ଟି କୋଠରୀ ଦିଆଯାଇଛି। ପ୍ରତ୍ୟେକ କୋଠରୀ ଭିତରେ ବାଥରୁମ୍ ତିଆରି କରାଯାଇଛି। ରିପୋର୍ଟ ଅନୁଯାୟୀ, ଏହି ଫ୍ଲାଟ୍ଗୁଡ଼ିକ ଇଟାରେ ତିଆରି ନୁହେଁ ବରଂ ଆରସିସି ଏବଂ ଆଲୁମିନିୟମରେ ତିଆରି ହୋଇଛି।
Powered by Froala Editor