ସଚିବାଳୟ ନବାନ୍ନ ଅଭିମୁଖେ ଶୋଭାଯାତ୍ରା ବେଳେ ବିକ୍ଷୋଭକାରୀଙ୍କ ଉପରେ ପୁଲିସର ଲାଠିମାଡ

କଲକାତା: ଆରଜି କର ମେଡିକାଲ କଲେଜର ଡାକ୍ତରୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣାର ଏକବର୍ଷ ପୂରଣ ହୋଇଛି। ଶନିବାର ବର୍ଷ ପୂର୍ତ୍ତି ଅବସରରେ ପୀଡିତାଙ୍କୁ ନ୍ୟାୟ ପ୍ରଦାନ ଦାବି କରି ଏକ ବିକ୍ଷୋଭ ଶୋଭାଯାତ୍ରା କରାଯାଇଛି। ରାଜ୍ୟ ସରକାରଙ୍କ ସଚିବାଳୟ ନବାନ୍ନ ଅଭିମୁଖେ ହୋଇଥିବା ଶୋଭାଯାତ୍ରା ବେଳେ ପୁଲିସ ବିକ୍ଷୋଭକାରୀଙ୍କ ଉପରେ ଲାଠିମାଡ କରିଛି। ଏହି ଶୋଭାଯାତ୍ରାରେ ପୀଡିତା ଛାତ୍ରୀଙ୍କ ପିତାମାତା ମଧ୍ୟ ସାମିଲ ହୋଇଥିଲେ। ବିକ୍ଷୋଭକାରୀମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ନାରା ଦେଇଥିଲେ। ପୀଡିତାଙ୍କ ମା’ କହିଛନ୍ତି ଯେ ସେ ଶୋଭାଯାତ୍ରାରେ ଯୋଗ ଦେବାକୁ ଯାଉଥିବାବେଳେ ରାଜ୍ୟ ପୁଲିସ ତାଙ୍କୁ ରୋକିବା ପୂର୍ବକ ଦୁର୍ବ୍ୟବହାର କରିଥିଲା। ପୁଲିସ ସହିତ ଧସ୍ତାଧସ୍ତିରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା କରିବା ଲାଗି ଅଦାଲତଙ୍କ ଅନୁମତି ସତ୍ତ୍ବେ ପୁଲିସ ସେମାନଙ୍କୁ ରୋକିବା ଲାଗି ଚେଷ୍ଟା କରିଥିଲା।
Powered by Froala Editor