ଅଧାଗ୍ଲାସେ ଗୁଡ଼ପାଣି ନିୟମିତ ପିଇଲେ ଦୂର ହେବ ଏହି ସମସ୍ୟା

ସକାଳେ ଗୁଡ଼ପାଣି ପିଇଲେ ପାଚନ କ୍ରିୟା ସ୍ବାଭାବିକ ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ପୋଟାସିୟମ ଏବଂ ସୋଡିୟମ ରହିଥାଏ। ଫଳରେ ରକ୍ତଚାପ ନିୟନ୍ତ୍ରଣ କରିବାରେ ଗୁଡ଼ପାଣି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଅଧାଗ୍ଲାସେ ଗୁଡ଼ପାଣି ନିୟମିତ ପିଇଲେ ଲିଭର ସମସ୍ୟା ଦୂର ହେବା ସହିତ ଫ୍ଲୁ’ ରୁ ମୁକ୍ତି ମିଳିଥାଏ । ଏନେଇ ଆମେରିକା ଓହିଓ ବିଶ୍ୱ ବିଦ୍ୟାଳୟରେ ହୋଇଥିବା ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗୁଡ଼ପାଣି ରକ୍ତ ସଫା କରିବାରେ ସହାୟକ ହୋଇଥାଏ। ମହିଳାଙ୍କଠାରେ ଦେଖାଦେଉଥିବା ବିଭିନ୍ନ ଋତୁସ୍ରାବ ସମସ୍ୟା ନିୟମିତ ଗୁଡ଼ପାଣି ପିଇଲେ ଦୂର ହୋଇଥାଏ। ଏହା ରକ୍ତହୀନତା ରୋଗରୁ ମୁକ୍ତି ଦିଏ ତଥା ପେଟକୁ ଥଣ୍ଡା ରଖିବାରେ ହୋଇଥାଏ ସହାୟକ। ବିଭିନ୍ନ ଆଣ୍ଠୁଗଣ୍ଠି ସମସ୍ୟାରୁ ଏହା ମୁକ୍ତି ଦେବା ସହିତ ମେଦବହୁଳତା କମାଇବାରେ ମଧ୍ୟ ସହାୟକ ହୋଇଥାଏ ବୋଲି ରିପୋର୍ଟରେ କୁହାଯାଇଛି।
Powered by Froala Editor