ଏମଭିଆଇ ଗୋଲାପ ଚନ୍ଦ୍ର ହାଂସଦା ଗିରଫ

ଭୁବନେଶ୍ଵର : ଗିରଫ ହେଲେ ବୌଦ୍ଧ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ମୋଟର ଭେଇକିଲ୍ ଇନ୍ସପେକ୍ଟର (ଏମଭିଆଇ) ଗୋଲାପ ଚନ୍ଦ୍ର ହାଂସଦା। ଗତକାଲି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଚଢଉ କରିଥିଲା। ଏମ୍ଭିଆଇ ଗୋଲାପ ଚନ୍ଦ୍ର ହାଁସଦାଙ୍କ କାର୍ଯ୍ୟାଳୟ, ଭଡ଼ା ଘର, ମୟୂରଭଞ୍ଜ ଓ ଭୁବନେଶ୍ୱର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଦଳ ଚଢ଼ଉ କରିଥିଲା। ଚଢ଼ଉରୁ ଗୋଟିଏ ବହୁତଳ କୋଠା, ୪୪ଟି ପ୍ଲଟ୍, ନଗଦ ୨.୩୮ଲକ୍ଷ ଟଙ୍କା ଓ ପ୍ରାୟ ଅଧକୋଟିରୁ ଅଧିକ ଟଙ୍କାର ବ୍ୟାଙ୍କ ଓ ଡାକଘର ଜମା ସହ ସୁନା ବିସ୍କୁଟ ସହ ୧କିଲୋ ଓଜନର ସୁନାଗହଣା ମିଳିଥିଲା। ନଗଦ ୨ ଲକ୍ଷ ୩୮ ହଜାରରୁ ଅଧିକ ଟଙ୍କା ସହ ବ୍ୟାଙ୍କ ଓ ଡାକଘର ଜମା ବାବଦରେ ୧କୋଟି ୩୪ଲକ୍ଷ ଟଙ୍କା ଠାବ କରାଯାଇଥିବାବେଳେ ଝିଅର ଡାକ୍ତରୀ ଶିକ୍ଷା ପାଇଁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ସହ ଅନ୍ୟାନ୍ୟ ଜମା ଓ ନିବେଶର ପ୍ରମାଣ ମିଳିଛି। ଏଥିସହିତ ୫୦ଗ୍ରାମ ଲେଖାଏଁ ଓଜନର ୨ଟି ସୁନା ବିସ୍କୁଟ ସହ ୧କିଲୋ ଓଜନର ସୁନା ଅଳଙ୍କାର, ୨କିଲୋ ରୁପା ଅଳଙ୍କାର, ଗୋଟିଏ ୪ ଚକିଆ ଓ ୩ଟି ୨ଚକିଆ ଗାଡ଼ି, ମୟୂରଭଞ୍ଜ ଜିଲାରେ ଏକ ଦୁଇ ମହଲା କୋଠା ସହ ବିଭିନ୍ନ ସ୍ଥାନରେ ମୋଟ ୪୪ଟି ପ୍ଲଟ ଭିଜିଲାନ୍ସ ଠାବ କରିଛି।
Powered by Froala Editor