ପ୍ରବଳ ବର୍ଷା: ପ୍ରୟାଗରାଜରେ ପାଣି ଭିତରେ ବୁଡି ରହିଛି ଅନେକ ଘର

ନୂଆଦିଲ୍ଲୀ : ଦେଶର ଅଧିକାଂଶ ସ୍ଥାନରେ ଜାରି ରହିଛି ପ୍ରବଳରୁ ଅତି ପ୍ରବଳ ବର୍ଷା । ଲଗାତାର ହେଉଥିବା ବର୍ଷା କାରଣରୁ ଉପୁଜିଛି ବନ୍ୟା ସ୍ଥିତି । ପ୍ରୟାଗରାଜରେ ଅଧିକାଂଶ ଅଞ୍ଚଳରେ ବନ୍ୟା କାରଣରୁ ପ୍ରବାହିତ ହୋଇଛି । ସେହିପରି ବାରାଣାସୀ ସମେତ ଅନେକ ସହରର ନଦୀରେ ଜଳସ୍ତର ବୃଦ୍ଧି ପାଇଛି ।
ଉତ୍ତରପ୍ରଦେଶର ୧୭ ଜିଲା ବନ୍ୟା କବଳରେ ରହିଛି । ଏମାନଙ୍କ ମଧ୍ୟରେ ୧୬ ଜିଲା ଏଭଳି ରହିଛି, ଯେଉଁଥିରେ ଗଙ୍ଗା-ଯମୁନାର ଜଳ ହାହାକାର ପରିସ୍ଥିତି ସୃଷ୍ଟି କରିଛି । ପ୍ରୟାଗରାଜ ଠାରୁ ଆରମ୍ଭ କରି ବଲିଆ ପର୍ଯ୍ୟନ୍ତ ଗଙ୍ଗା ନଦୀକୂଳରେ ଥିବା ଅନେକ ଜନବସତି ପାଣିରେ ବୁଡି ରହିଛି । ପ୍ରୟାଗରାଜର ସଲୋରୀ, ରାଜାପୁର, ଦ୍ୱାରାଗଞ୍ଜ, ବଘାଡା ଆଦି ଅଞ୍ଚଳ ବୁଡି ରହିଛି । ସେହିପରି ମିର୍ଜାପୁର, ବାରାଣସୀ, ଚନ୍ଦୌଲୀ, ବଲିୟା, ଆଦି ଅଞ୍ଚଳ ମଧ୍ୟ ପ୍ରଭାବିତ ହୋଇଛି । ସବୁଠାରୁ ଅଧିକ ପ୍ରଭାବ ପ୍ରୟାଗରାଜରେ ଦେଖିବାକୁ ମିଳିଛି । ପ୍ରଶାସନ ଲୋକଙ୍କୁ ସତର୍କ କରିବା ସହ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛି । ବର୍ଷା ପାଇଁ ସତର୍କ ସୂଚନା ଜରି କରାଯାଇଛି ।
ପ୍ରୟାଗରାଜରେ ଗଙ୍ଗା ନଦୀ କୂଳରେ ହଜାର ହଜାର ଘରେ ବନ୍ୟା ପାଣି ପଶି ରହିଛି । ଖାଦ୍ୟପେୟ ଜିନିଷ ସବୁ ପାଣିରେ ଭାସି ଯାଇଛି । ଅନେକ ଘର ପାଣି ଭିତରେ ବୁଡି ରହିଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ଏନଡିଆରଏଫ ଟିମ୍ ଖାଦ୍ୟ ଓ ପାନୀୟ ଜଳ ପହଞ୍ଚାଇବା ପାଇଁ ପ୍ରୟାସ କରୁଛନ୍ତି । ବଘାଡାରୁ ଏକ ଦୁଃଖଦ ଫଟୋ ସାମ୍ନାକୁ ଆସିଥିଲା । ଯେଉଁଥିରେ ବାପା-ମାଆ ନିଜ ନବଜାତର ଜୀବନ ରକ୍ଷା କରିବାକୁ ଅଣ୍ଟାରୁ ଅଧିକ ପାଣିରେ ଯାଉଥିବା ଦେଖାଯାଇଥିଲା ।
Powered by Froala Editor