ଏହି ଜୁସ୍ ପିଇଲେ, ବଢ଼ିବ ରୋଗ ପ୍ରତିଷେଧକ ଶକ୍ତି
ସାଧାରଣ ଜୀବନରେ ଆମେ ଏତେ ମାତ୍ରାରେ ବ୍ୟସ୍ତ ରହିଥାଉ ଯେ, ନିଜ ସ୍ୱାସ୍ଥ୍ୟ ବିଷୟରେ ଧ୍ୟାନ ଦେବାକୁ ଭୁଲି ଯାଇଥାଉ । ଏହି କାରଣରୁ ଦେଶରେ କରୋନା ଆଜି ଭୟର ଆତଙ୍କ ଖେଳାଇ ଚାଲିଛି । କାରଣ ଏହି ମହାମାରୀ ଲଢେ଼ଇରେ ଜିତିବାକୁ ହେଲେ ରୋଗପ୍ରତିଷେଧକ ମାତ୍ରା ଅଧିକ ରହିବା ଆବଶ୍ୟକ ଥିବା ବେଳେ ଆମର ଖାଦ୍ୟ-ପେୟ ଲାଗି ଆମେ କରୋନା ଲାଗି ଭୟ କରୁଛନ୍ତି । ତେଣୁ ନିକଟରେ କରୋନା ସାଙ୍ଗକୁ ଋତୁ ପରିବର୍ତ୍ତନ ମଧ୍ୟ ଥଣ୍ଡା ଜନିତ ସମସ୍ୟା ସୃଷ୍ଟି କରିବାରେ ବିଶେଷ ଭୂମିକା ନିଭାଇପାରିବ । ଏନେଇ ଆମକୁ ସତର୍କତା ଅବଲମ୍ବନ କରି ଖାଦ୍ୟଶୈଳୀରେ ପ୍ରାକୃତିକ ଆହାରକୁ ଧ୍ୟାନ ଦେବା ଆବଶ୍ୟକ । ଆସନ୍ତୁ କିଛି ଏପରି ଟିପସ ଜାଣିବା ଯାହା ଆମର ରୋଗପ୍ରତିଷେଧକ ମାତ୍ରା ବଢ଼ାଇପାରିବ । ଅଧିକ ମାତ୍ରାରେ ସୁଗାର କ୍ୟାଲୋରୀ ବଦଳରେ ଆମେ ଡ୍ରାଏ ଫୁ୍ରଟ ଖାଇବା ସ୍ୱାସ୍ଥ୍ୟ ଲାଗି ସଠିକ ରହିବ । ତେଣୁ ବଜାରରେ ମିଳୁଥିବା ଜଙ୍କଫୁଡ ଠାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ । ଦିନକରେ ଥରେ ମାତ୍ରା ହେଉନା କାହିଁ କଫି କିମ୍ବା ଗରମ ନାଲଇ ଚା’ ପିଇବା ଆମ ଲାଗି ଠିକ ରହିବ । ମାଂଶାଳିଆ ମାଛ ସହିତ ମାଂସ, ଅଣ୍ଡା ଖାଇବା ଜରୁରୀ । ତେଣୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗାଜର, କମଳା ଓ ଆପଲ ମିକ୍ସ ଜୁସ ଏହି ଶୀତ ଦିନ ଓ କରୋନା ଲାଗି ଶରୀରରୁ ଅଧିକ ମାତ୍ରାରେ ରୋଗପ୍ରତିଷେଧକ ମାତ୍ରାକୁ ବଢ଼ାଇବାରେ ସହାୟ୍କ ହୋଇଥାଏ । ଲେମ୍ବୁରେ ପ୍ରଚୁର ମାତ୍ରାର ଭିଟାମିନ-ସି, ଆଣ୍ଟି ଅକ୍ସିଡାଣ୍ଟ ରହିଥିବାବେଳେ ଗାଜରରେ ପ୍ରଚୁର ମାତ୍ରାର ଭିଟାମିନ-ଏ ସେଓରେ ଭିଟାମିନ ସି ଭରପୂର ମାତ୍ରାରେ ରହିଥାଏ । ଏହାକୁ ମିଶାଇ ଜୁସ ଭାବେ ପିଇବା ଦ୍ୱାରା ଏହା ସଂକ୍ରମଣ ଠାରୁ ମଧ୍ୟ ଦୂରେଇ ରଖିଥାଏ ।
କିପରି ପ୍ରସ୍ତୁତି କରିବେ ଏହି ଜୁସ
ପ୍ରଥମେ ଗୋଟିଏ ଗାଜର, ସେଓ (ମଞ୍ଜି ନଥିବା), ଚୋପା ଛଡା କମଳାକୁ ଗ୍ରାଇଣ୍ଡିଂ କରିଦିଅନ୍ତୁ । ଏହା ପ୍ଲେନ ହୋଇଗଲାପରେ ଏଥିରେ କଞ୍ଚା ହଳଦୀ ଏକ ଚାମଚ, ଗୋଲମରିଚ ମିଶାଇ ଜୁସ ପ୍ରସ୍ତୁତ କରନ୍ତୁ । ହଳନୀରେ ରୋଗପ୍ରତିଶେଧକ ଶକ୍ତି ଅଧିକ ଥିବାବେଳେ ଗୋଲମରିଚ ଥଣ୍ଡାଜନିତ ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ ।