ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ପୁଣି ଜଣେ ସହକାରୀ ଯନ୍ତ୍ରୀ । ଆଜି ଭୁବନେଶ୍ଵର ଆର ଆଣ୍ଡ୍ ବି ଡିଭିଜନ୍-୩ ର ସହକାରୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ରେଡ୍ କରୁଛି। ଭିଜିଲାନ୍ସ କୁ ଦେଖି ଅଶୋକ ବାବୁ ଘର ବାହାରୁ ତାଲା ପକାଇ ଭିତରେ ରହିଥିଲେ। ଆଉ ଯେତେବେଳେ ଭିଜିଲାନ୍ସ ଅଧିକାରୀ ମାନେ ଘର ସିଲ୍ କରିବାକୁ ବାହାରିଥିଲେ , ସେତେବେଳେ କୌଣସି ଉପାୟ ନପାଇ ଭିଜିଲାନ୍ସ ପାଖରେ ହାଜର ହୋଇଥିଲେ ଅଶୋକ ପଣ୍ଡା। ଭିଜିଲାନ୍ସ ଡରରେ ସେ ଏକ ବ୍ୟାଗ୍ ବାହାରକୁ ଫିଙ୍ଗି ଦେଇଥିଲେ। ତେବେ ବ୍ୟାଗ୍ ରୁ ୧ ଲକ୍ଷ ଟଙ୍କା , ସୁନା , ରୂପା ଆଇଫୋନ୍ ଆଦି ଜବତ କରାଯାଇଛି। ଆଜି ଭିଜିଲାନ୍ସ ଟିମ୍ ପକ୍ଷରୁ ଯନ୍ତ୍ରୀ ଅଶୋକ ପଣ୍ଡାଙ୍କର ଏକାଧିକ ସ୍ଥାନରେ ରେଡ୍ କରାଯାଇଛି। ତେବେ ଅଶୋକଙ୍କର ଭୁବନେଶ୍ଵରସ୍ଥିତ ଉତ୍କଳ ଗାଲେରିଆରେ ଦୁଇଟି ଦୋକାନ ଥିବାବେଳେ ସିମ୍ପୋନୀ ମଲ୍ ରେ ଗୋଟିଏ ଦୋକାନ ରହିଛି। କସମୋପଲିରେ ଅଶୋକଙ୍କର ଦୁଇଟି ଫ୍ଲାଟ୍ ରହିଥିବା ଜଣାପଡିଛି।
Powered by Froala Editor