ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବୋର୍ଡ ଅଫିସ୍ର କର୍ମଚାରୀଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ

ରାୟଗଡ଼ା: ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଆସିଛି ବଡ଼ ଖବର । ପ୍ରଶ୍ନପତ୍ର ମାମଲାରେ ବୋର୍ଡ ଅଫିସ୍ର ଜଣେ କର୍ମଚାରୀଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିବା ସୂଚନା ମିଳିଛି । ଗତକାଲି ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଗ୍ରାମର ଜଣେ ଶିକ୍ଷକଙ୍କୁ ରାତି ଅଧିଆ ଉଠାଇ ନେଇଥିଲା ତଦନ୍ତକାରୀ ସଂସ୍ଥା । ଏନେଇ ଗୁପ୍ତରେ ଅଧିକ ତଦନ୍ତ ଜାରି ରଖିଥିଲା କ୍ରାଇମ୍ ବ୍ରାଞ୍ଚ । ତେବେ ଅଟକ ଶିକ୍ଷକଙ୍କ ନାମ କଣ ତାହା ତଦନ୍ତାକାରୀ ଟିମ୍ ଗଣମାଧ୍ୟମକୁ କହିନାହିଁ । ଏଠାରେ ସୂଚନା ଯୋଗ୍ୟ ଯେ ଗତ କୋଡ଼ିଏ ତାରିଖରେ ହେବାକୁ ଥିବା ଓଟିଇଟି ପରୀକ୍ଷା, ପ୍ରଶ୍ନପତ୍ର ଲିକ୍ ହେବା କାରଣରୁ ପରୀକ୍ଷା ବାତିଲ କରାଯାଇଥିଲା।
Powered by Froala Editor