ବର୍ଷା: ୪ଟି ବ୍ଲକରେ ସ୍କୁଲ ଛୁଟି ଘୋଷଣା

ଭଦ୍ରକ: ରାଜ୍ୟରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଯାଏ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଲଗାଣ ବର୍ଷା ଯୋଗୁଁ ଦିନକ ପାଇଁ ଭଦ୍ରକ ଜିଲାର ୪ଟି ବ୍ଲକରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଭଦ୍ରକ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତିହିଡି, ଧାମନଗର, ବାସୁଦେବପୁର, ଚାନ୍ଦବାଲି ବ୍ଲକର ସମସ୍ତ ବିଦ୍ୟାଳୟ ଆଜି ଛୁଟି ଘୋଷଣା କରାଯାଇଛି । ଏହି ସବୁ ସ୍ଥାନରେ ଅତ୍ୟଧିକ ବର୍ଷା ହେଉଥିବାରୁ ଜିଲା ପ୍ରଶାସନ ପକ୍ଷରୁ ଆଜି ଗୋଟେ ଦିନ ପାଇଁ ବିଦ୍ୟାଳୟ ଗୁଡିକୁ ଛୁଟି ଘୋଷଣା ହୋଇଛି ।
Powered by Froala Editor