ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର, ୧୦ ଦିନ ଛୁଟି ରହିବ ସ୍କୁଲ
ଭୁବନେଶ୍ୱର: ସରକାରୀ ସ୍କୁଲରେ ପଢୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର। କାରଣ ଆସନ୍ତା ଅଗଷ୍ଟ ମାସରେ ସ୍କୁଲ, କଲେଜ ଏବଂ ସରକାରୀ ଅଫିସଗୁଡ଼ିକ ପ୍ରାୟ ୧୦ ଦିନ ଛୁଟି ରହୁଛି। ଜାଣନ୍ତୁ କେଉ କେଉଁ ଦିନ ସ୍କୁଲ ଛୁଟି ରହିବ?
୯ ଅଗଷ୍ଟ ରକ୍ଷା ବନ୍ଧନ – ଭାଇ-ଭଉଣୀ ପ୍ରେମର ଏକ ପର୍ବ, ପାରମ୍ପରିକ ଭାବରେ ସ୍କୁଲଗୁଡ଼ିକ ଛୁଟି ରହିବ। ୧୦ ଅଗଷ୍ଟ ରବିବାର ପଡୁଥିବାରୁ ଏହି ଦିନ ସ୍କୁଲ, କଲେଜ ଓ ଅଫିସ ବନ୍ଦ ରହିବ। ୧୫ ଅଗଷ୍ଟ ସ୍ୱାଧୀନତା ଦିବସ , ୧୬ ଅଗଷ୍ଟ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ – ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ଛୁଟି। ୧୭ ଅଗଷ୍ଟ ଛାତ୍ରୀଛାତ୍ରମାନେ ଲଗାତାର ୩ ଦିନ ଛୁଟି ପାଇବେ । ରବିବାର ଥିବାରୁ ସ୍କୁଲ କଲେଜରେ ପାଠ ପଢା ବନ୍ଦ ରହିବ । ୨୭ ଅଗଷ୍ଟ ଗଣେଶ ଚତୁର୍ଥୀ ଯୋଗୁଁ ସ୍କୁଲ ମାନଙ୍କରେ ପୂଜା ପରେ ଛୁଟି । ଗଣେଶ ପୂଜା ପର ଦିନ ନୂଆଁଖାଇ ପଡୁଥିବାରୁ ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ଦିନ ଛୁଟି ପଡିବ । ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଯେଉଁମାନେ ଅଛନ୍ତି ସେମାନଙ୍କ ପାଇଁ ଅଗଷ୍ଟରେ ମୋଟ ୧୨ ଦିନ ଛୁଟି ଅଛି ।
Powered by Froala Editor