ବାଇକ-ବସ ମୁହାଁମୁହିଁ ଧକ୍କା, ୨ମୃତ
ନାଉଗାଁ : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ବାଲିଭଉଁରୀ ଶିଖରଘାଟ ମୁଖ୍ୟରାସ୍ତାର ପାଳସାହି ନିକଟରେ ଏକ ପଲସର ବାଇକ ସହିତ ବସର ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବ ବେଳେ ଡାକ୍ତରଖାନାରେ ଚିକିତ୍ସାଧୀନ ସମୟରେ ଜଣକର ମୃତ୍ୟୁ ଘଟିଛି । ପୁରୀ ଜିଲ୍ଲା ବାସେଳୀ ସାହିର ଅମିତ ସାହୁ ଓ ଚାରି ଜଣ ସାଙ୍ଗମାନଙ୍କ ସହିତ ଗୋରେଖ ନାଥ ଦର୍ଶନ କରି ଫେରୁଥିବା ସମୟରେ ପାଳସାହି ନିକଟରେ ବସ ସହିତ ମୁହାଁମୁହିଁ ଧକ୍କା ହୋଇ ମୃତ୍ୟୁ ଘଟିଛି । ନାଉଗାଁ ଭାରପ୍ରାପ୍ତ ଅଧିକାରୀ ପ୍ରଦୀପ୍ତ କାନୁନଗୋ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛନ୍ତି ।
Powered by Froala Editor