Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, July 03, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଲଘୁଚାପ କ୍ଷେତ୍ର ସୃଷ୍ଟି: ଏହି ରାଜ୍ୟକୁ ...

  • ସିଆର୍‌ପିଏଫ୍‌ ଯବାନଙ୍କ ଗାଡ଼ି ଓଲଟି ୬ ...

  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

  • ପାକିସ୍ତାନର ଜେଲ୍‌ରେ ୨୫୦ ଭାରତୀୟ ...

  • ଇସ୍ରୋ ମୁଖ୍ୟାଳୟକୁ ଧମକପୂର୍ଣ୍ଣ ଇ-ମେଲ୍, ...

  • ଜମ୍ମୁ-କାଶ୍ମୀରରେ ବାବା ଅମରନାଥ ଯାତ୍ରା ...

  • YouTube ଦେଖି ଘରେ ପ୍ରସବ, ଚାଲିଗଲା ମହିଳାଙ୍କ ...

  • ଜମ୍ମୁ-କଶ୍ମୀରରେ ୧୪ ଦିନ ସ୍କୁଲ୍ ବନ୍ଦ ...

  • କେତନ ହତ୍ୟା ମାମଲା : ଲୋହାଗଡ଼ ଦୁର୍ଗ ...

  • ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ...

Home ›› ››କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ୍ ଓ ରନ୍ଧନ ଗ୍ୟାସର କ୍ରମାଗତ ଅହେତୁକ ଦରବୃଦ୍ଧି କରିବା ପ୍ରତିବାଦରେ ରାଜ୍ୟ କଂଗ୍ରେସର ସାଇକେଲ୍ ଶୋଭାଯାତ୍ରା

କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ୍ ଓ ରନ୍ଧନ ଗ୍ୟାସର କ୍ରମାଗତ ଅହେତୁକ ଦରବୃଦ୍ଧି କରିବା ପ୍ରତିବାଦରେ ରାଜ୍ୟ କଂଗ୍ରେସର ସାଇକେଲ୍ ଶୋଭାଯାତ୍ରା

2021-07-15 04:14:10
15197
Share:
Facebook
Twitter
E-Mail
WhatsApp
Telegram
କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ୍ ଓ ରନ୍ଧନ ଗ୍ୟାସର କ୍ରମାଗତ ଅହେତୁକ ଦରବୃଦ୍ଧି କରିବା ପ୍ରତିବାଦରେ ରାଜ୍ୟ କଂଗ୍ରେସର ସାଇକେଲ୍ ଶୋଭାଯାତ୍ରା

ଭୁବନେଶ୍ୱର : କରୋନା ମହାମାରୀ ମୁକାବିଲାରେ ବିଫଳ ହୋଇଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବେ କ୍ରମାଗତ ଭାବେ ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଟିକସ୍ ଲଦି ସାଧାରଣ ଲୋକଙ୍କୁ ଲୁଟ୍ କରିବା ନୀତି ପ୍ରରିହାର କରନ୍ତୁ ବୋଲି ଦାବି କରି ରାଜ୍ୟ କଂଗ୍ରେସ ପକ୍ଷରୁ ଜୁଲାଇ ୭ ରୁ  ଜୁଲାଇ ୧୭ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ ଜାରି ରହିଛି । ଆଜି ଏହି ଆନ୍ଦୋଳନର ଅଂଶବିଶେଷ ସ୍ୱରୂପ ରାଜଧାନୀ ଭୁବନେଶ୍ୱରରେ ପ୍ରଦେଶ କଂଗ୍ରେସ୍ କମିଟି ପକ୍ଷରୁ ଏକ ସାଇକେଲ୍ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ଏବଂ ଆଗକୁ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏପରି ଆନ୍ଦୋଳନ ଜାରି ରହିବ ବୋଲି ସାଇକେଲ୍ ଶୋଭାଯାତ୍ରାର ନେତୃତ୍ୱ ନେଇଥିବା ପି.ସି.ସି. ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରର ବ୍ୟାରେଲ୍ ପିଛା ଦର କମୁଥିବା ବେଳେ ଭାରତରେ ପେଟ୍ରୋଲ୍‌, ଡିଜେଲ୍ ଦର କ୍ରମାଗତ ଭାବେ ବୃଦ୍ଧି ପାଇବା ମୋଦି ସରକାରର ଆଚ୍ଛେଦିନର ନଗ୍ନ ନମୂନା ବୋଲି ସେ କହିଥିଲେ । କେବଳ ସେତିକି ନୁହେଁ, ରନ୍ଧନ ଗ୍ୟାସ୍ ସିଲିଣ୍ଡର ଦରବୃଦ୍ଧି ଯୋଗୁଁ  ହାଣ୍ଡିଶାଳରେ ମହିଳାମାନଙ୍କ ଆଖିରୁ ଲୁହ ବୋହୁଛି ଏବଂ ଏହି ଲୁହ ସରକାରଙ୍କ ଉପରେ ପଡ଼ିବ । ସେହିପରି ଖାଇବା ତେଲର ଦର ମଧ୍ୟ ଲଗାମଛଡ଼ା ବୃଦ୍ଧି ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ପାଉଥିବାରୁ ଏହା ଖାଉଟିଙ୍କ ଉପରେ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ।  କରୋନା ମହାମାରୀ କାରଣରୁ ଲୋକଙ୍କ ଅର୍ଥନୀତି ଭୁଷୁଡି ପଡ଼ିଥିବା ବେଳେ ମୋଦି ସରକାର ନିଜର ଅହମିକା ଓ ଅହଂକାର ବଳରେ ସାଧାରଣ ଖାଉଟିଙ୍କ ଉପରେ ଟିକସ ପଇସା ଲଦିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ । ଆସନ୍ତାକାଲି ୧୫ ତାରିଖ (ଗୁରୁବାର) ପ୍ରମୁଖ ଚାରିଟି ବାମଦଳ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାକୁ କଂଗ୍ରେସ ପୂର୍ଣ୍ଣ ସମର୍ଥନ କରିବ ବୋଲି ପି.ସି.ସି. ସଭାପତି ଶ୍ରୀ ପଟ୍ଟନାୟକ କହିବା ସହ  ଉକ୍ତ  ଗୋଟିଏ ଦିନ ପାଇଁ ପେଟ୍ରୋଲ୍‌, ଡିଜେଲ୍ ଓ ରନ୍ଧନଗ୍ୟାସ ନ କିଣିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ସେହିପରି ଆଗାମୀ ୧୭ ତାରିଖ ଦିନ ସମସ୍ତ ପେଟ୍ରୋଲ୍ ପମ୍ପ ସମ୍ମୁଖରେ କଂଗ୍ରେସ ପକ୍ଷରୁ ହେବାକୁ ଥିବା ଦସ୍ତଖତ ଅଭିଯାନରେ ସାମିଲ୍ ହୋଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ଖାଉଟିମାନେ ନିଜର ମୂଲ୍ୟବାନ ମତାମତ ଦେବା ସହ ଦସ୍ତଖତ ଦେବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି । ସାଇକେଲ୍ ଶୋଭାଯାତ୍ରାରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ବିଶ୍ୱଜିତ୍ ଦାଶ ଓ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର୍ ନୱାଜଙ୍କ ନେତୃତ୍ୱରେ ୫୦୦ ରୁ ଊର୍ଦ୍ଧ୍ୱ ସାଇକେଲ୍ କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଣ୍ଟିନ୍ ଛକ, ଶ୍ରୀୟାଟକିଜ୍ ଛକ, ରାମମନ୍ଦିର ଛକ ଦେଇ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତି ବିରୁଦ୍ଧରେ ପ୍ଲା କାର୍ଡ ଓ ଦଳୀୟ ପତାକା ସହ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ସ୍ଲୋଗାନ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିଥିଲେ । ବିଶେଷକରି ପି.ସି.ସି. ପକ୍ଷରୁ ଗ୍ୟାସ ୮୭୦ ଟଙ୍କା + ଓ  ପେଟ୍ରୋଲ୍ ଡିଜେଲ୍ ୧୦୦ ଟଙ୍କା ପାର୍ (ନଟ୍‌ଆଉଟ୍‌) ଗଞ୍ଜି ପିନ୍ଧିବା ଘଟଣା ଲୋକମାନଙ୍କୁ ଆକର୍ଷିତ କରୁଥିଲା । କଂଗ୍ରେସ ଉପରେ ଆରୋପ ପ୍ରତ୍ୟାରୋପ କରୁଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅସଲ ଚିତ୍ର, ଚରିତ୍ର, ଚେହେରା ଓ ଚାଲ୍‌କୁ ଜନସାଧାରଣ ବୁଝିଗଲେଣି ଏବଂ ସେମାନଙ୍କର ଅଘୋଷିତ ଭିତିରି ମେଣ୍ଟର ପର୍ଦ୍ଦାଫାସ୍ ହୋଇଛି । ୟୁପିଏ ସରକାର ସମୟରେ ଯେତେବେଳେ କି ତୈଳଦର ବ୍ୟାରେଲ୍ ପିଛା ଅତ୍ୟଧିକ ଥିଲା ସେତେବେଳେ କିଛି ପଇସା ଲିଟର ପିଛା ବଢୁଥିବା ବେଳେ ଉଭୟ ମୋଦି ଓ ନବୀନ ସରକାର ରାସ୍ତା ଉପରକୁ ଆସି ନାରାବାଜି କରୁଥିଲେ । ଜୀବନରେ ଶୁଣି ନଥିବା ପେଟ୍ରୋଲ୍ ଓ ଡିଜେଲ୍ ଲିଟର ପିଛା ୧୦୦ ଟଙ୍କାରୁ ଉର୍ଦ୍ଧ୍ୱ ଏବଂ ରନ୍ଧନ ଗ୍ୟାସ ପାଖାପାଖି ୯୦୦ଟଙ୍କା ଛୁଇଁବାକୁ ବସିଥିବା ବେଳେ ଉଭୟ ବିଜେଡି ଓ ବିଜେପି ସରକାର ଚୁପ୍ କାହିଁକି  ବୋଲି ଯୋଗଦେଇଥିବା କଂଗ୍ରେସ ନେତୃବୃନ୍ଦମାନେ ପ୍ରଶ୍ନକରି ବିଶୋଦଗାର କରିଥିଲେ ।

    

ଏହି ସାଇକେଲ୍ ଶୋଭାଯାତ୍ରାରେ ପି.ସି.ସି. କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ,ଏ.ଆଇ.ସି.ସି. ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଜି. ରୁଦ୍ର ରାଜୁ, ଅନ୍ୟତମ ସମ୍ପାଦକ ତଥା ସାଂସଦ ସପ୍ତଗିରି ଉଲାକା, ପୁର୍ବତନ ପି.ସି.ସି. ସଭାପତି ଶରତ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂହ ସାଲୁଜା, ଅଧିରାଜ ପାଣିଗ୍ରାହୀ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ, ଛାତ୍ର କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ତଥା ଓଡ଼ିଶା ପ୍ରଭାରୀ କୁମାରୀ ଅନୁଲେଖା ବୁଷା, ଛାତ୍ର କଂଗ୍ରେସ ରାଷ୍ଟ୍ରୀୟ ସମ୍ପାଦକ ଆଦିତ୍ୟ ଚୌଧୁରୀ, ରାଜ୍ୟ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ବିଜୟଲକ୍ଷ୍ମୀ ସାହୁ, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଶୁଭେନ୍ଦୁ ମହାନ୍ତି, ଶିବାନନ୍ଦ ରାୟ, ମନୋରଞ୍ଜନ ଦାସ, ଜାନକୀ ବଲ୍ଲଭ ପଟ୍ଟନାୟକ, ସତ୍ୟପ୍ରକାଶ ନାୟକ, ବିଶ୍ୱଭୂଷଣ ଦାସ, ପଦ୍ମାକର ଗୁରୁ, ମମତା କୁଣ୍ଡୁ, ମଧୁସ୍ମିତା ସେଠୀ, ପ୍ରତିମା ମଲ୍ଲିକ, ଜ୍ଞାନଦେବ ବେଉରା, ରଜନୀ ମହାନ୍ତି, ଅମୀୟ ପାଣ୍ଡବ, ମନୋଜ ମହାପାତ୍ର, ବିସ୍ମୟ ମହାପାତ୍ର, ଦୀପକ ମହାପାତ୍ରଙ୍କ ସମେତ ସୁବ୍ରତ ମହାପାତ୍ର, ଅଶୋକ ଦାସ, ମୋହନ ଜେନା, ଜୟକୃଷ୍ଣ ସୁବୁଦ୍ଧି, ନାସିର ଅହମ୍ମଦ, ଦେବ ପ୍ରସାଦ, କିଶାନ ପଣ୍ଡା, ନିହାର ବେହେରା, ଦେବୀ ପ୍ରସାଦ ବାହାଲିଆ, ଲିଙ୍ଗରାଜ ସାହୁ, ଜୟକୃଷ୍ଣ ମଲିଆ, ପ୍ରସନ୍ନ ନାୟକ, ଶମ୍ଭୁ ପାଣିଗ୍ରାହୀ, ସୁଶାନ୍ତ ତ୍ରିପାଠୀ, ରଞ୍ଜିତ ପାତ୍ର, ସ୍ୱାଗତ କର, ମିହିର ଆଚାର୍ଯ୍ୟ, ସୌମେନ୍ଦ୍ର ମହାନ୍ତି, ଏଚ୍‌.କେ. ଅବତାବ ଅଲ୍ଲି, ଅନୱାର ଖାନ୍‌, ଇନ୍ଦ୍ରଜିତ୍ ପରିଡ଼ା, ଶ୍ରୀଧର ବଳିୟାର ସିଂହ, କୈଳାସ ସାହୁ, ସାଗର ପରିଡ଼ା, ବ୍ରହ୍ମାନନ୍ଦ ସାହୁ, ମନୋରଞ୍ଜନ ବଟୁ, ଅନୀଲ ଦାସ, ସୁବ୍ରତ ସେନାପତି, ସୁବ୍ରଜ୍ୟୋତି ଲେଙ୍କା ପ୍ରମୁ୍‌ଖ ବହୁ ମହିଳା, ଛାତ୍ର, ଯୁବ କଂଗ୍ରେସ ଏବଂ ବହୁ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଯୋଗଦେଇ କାର୍ଯର୍୍ୟକ୍ରମକୁ ସଫଳ କରିଥିଲେ । 

Powered by Froala Editor

Tags congress , inc , petrol , diesel , price hike , protest

Related articles Odisha News Lens 4.1

  • ଲଘୁଚାପ କ୍ଷେତ୍ର ସୃଷ୍ଟି: ଏହି ରାଜ୍ୟକୁ ହାଇ ଆଲର୍ଟ
    ଦେଶ-ଦେଶାନ୍ତର

    ଲଘୁଚାପ କ୍ଷେତ୍ର ସୃଷ୍ଟି: ଏହି ରାଜ୍ୟକୁ ହାଇ ଆଲର୍ଟ

    15100
    Jul 03, 2026
  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା
    ବିଶେଷ

    ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

    14492
    Jul 03, 2026
  •  ପାକିସ୍ତାନର ଜେଲ୍‌ରେ ୨୫୦ ଭାରତୀୟ ନାଗରିକ ବନ୍ଦୀ
    ଦେଶ-ଦେଶାନ୍ତର

    ପାକିସ୍ତାନର ଜେଲ୍‌ରେ ୨୫୦ ଭାରତୀୟ ନାଗରିକ ବନ୍ଦୀ

    14156
    Jul 02, 2026
  • YouTube ଦେଖି ଘରେ ପ୍ରସବ, ଚାଲିଗଲା ମହିଳାଙ୍କ ଜୀବନ
    ଦେଶ-ଦେଶାନ୍ତର

    YouTube ଦେଖି ଘରେ ପ୍ରସବ, ଚାଲିଗଲା ମହିଳାଙ୍କ ଜୀବନ

    13709
    Jul 01, 2026
  • ଜମ୍ମୁ-କାଶ୍ମୀରରେ ବାବା ଅମରନାଥ ଯାତ୍ରା ଆରମ୍ଭ
    ଦେଶ-ଦେଶାନ୍ତର

    ଜମ୍ମୁ-କାଶ୍ମୀରରେ ବାବା ଅମରନାଥ ଯାତ୍ରା ଆରମ୍ଭ

    15591
    Jul 02, 2026
  • କେତନ ହତ୍ୟା ମାମଲା : ଲୋହାଗଡ଼ ଦୁର୍ଗ ସାମୟିକ ଭାବେ ବନ୍ଦ
    ଦେଶ-ଦେଶାନ୍ତର

    କେତନ ହତ୍ୟା ମାମଲା : ଲୋହାଗଡ଼ ଦୁର୍ଗ ସାମୟିକ ଭାବେ ବନ୍ଦ

    15259
    Jul 01, 2026
  • ଜମ୍ମୁ-କଶ୍ମୀରରେ ୧୪ ଦିନ ସ୍କୁଲ୍ ବନ୍ଦ ଘୋଷଣା
    ଦେଶ-ଦେଶାନ୍ତର

    ଜମ୍ମୁ-କଶ୍ମୀରରେ ୧୪ ଦିନ ସ୍କୁଲ୍ ବନ୍ଦ ଘୋଷଣା

    15173
    Jul 01, 2026
  • ଇସ୍ରୋ ମୁଖ୍ୟାଳୟକୁ ଧମକପୂର୍ଣ୍ଣ ଇ-ମେଲ୍, ପୋଲିସର ବ୍ୟାପକ ତଲାସି ଅଭିଯାନ
    ଦେଶ-ଦେଶାନ୍ତର

    ଇସ୍ରୋ ମୁଖ୍ୟାଳୟକୁ ଧମକପୂର୍ଣ୍ଣ ଇ-ମେଲ୍, ପୋଲିସର ବ୍ୟାପକ ତଲାସି ଅଭିଯାନ

    14695
    Jul 02, 2026
  • ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଦୁର୍ଘଟଣା : ୭ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଦୁର୍ଘଟଣା : ୭ ଜଣଙ୍କ ମୃତ୍ୟୁ

    14807
    Jul 01, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସିଆର୍‌ପିଏଫ୍‌ ଯବାନଙ୍କ ଗାଡ଼ି ଓଲଟି ୬ ଆହତ

    14388
    Jul 03, 2026
  • ଦେଶ-ଦେଶାନ୍ତର

    ଜମ୍ମୁ-କଶ୍ମୀରରେ ୧୪ ଦିନ ସ୍କୁଲ୍ ବନ୍ଦ ଘୋଷଣା

    15173
    Jul 01, 2026
  • ଦେଶ-ଦେଶାନ୍ତର

    କେତନ ହତ୍ୟା ମାମଲା : ଲୋହାଗଡ଼ ଦୁର୍ଗ ସାମୟିକ ଭାବେ ବନ୍ଦ

    15259
    Jul 01, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16960
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17572
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17623
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18020
    Sep 06, 2023

ବିଶେଷ

  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

    14492
    Jul 03, 2026
  • ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି କି, କରନ୍ତୁ ମନଛୁଆଁ କଥାବାର୍ତ୍ତା

    14505
    Jun 30, 2026
  • ଘରକୁ ଥଣ୍ଡା ରଖନ୍ତୁ ଏମିତି

    14272
    Jun 28, 2026
  • ଏହି ଖାଦ୍ୟ ଖାଇଲେ ହେବ ଭଲ ନିଦ

    15892
    Jun 26, 2026
  • ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁ ଫୁଲ, ମିଳିବ ଏହି ଫାଇଦା

    15765
    Jun 24, 2026

ବାଣିଜ୍ୟ

ମାସକରେ ୧୫ ହଜାର ଖସିଲାଣି ସୁନା

ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଏଇ ମାସରେ ସୁନା ଭରି ପିଛା ଖସିଲାଣି ପ୍ରାୟ ୧୫ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ତଳକୁ ଖସିଛି।  ଏହା ଗ୍ରାହକଙ୍କ ପାଇଁ କିଛିଟା ଆଶ୍ୱସ୍ତିର ଖବର ହୋଇଥିବା ବେଳେ, ନିବେଶକଙ୍କ ମଧ୍ୟରେ ଏହାକୁ ନେଇ ଚର ...

  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15451
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15696
    Jun 17, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13799
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14901
    Apr 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଦୁର୍ଘଟଣା : ୭ ଜଣଙ୍କ ମୃତ୍ୟୁ

    14807
    Jul 01, 2026
  • ଜମ୍ମୁ-କାଶ୍ମୀରରେ ବାବା ଅମରନାଥ ଯାତ୍ରା ଆରମ୍ଭ

    15591
    Jul 02, 2026
  • ସିଆର୍‌ପିଏଫ୍‌ ଯବାନଙ୍କ ଗାଡ଼ି ଓଲଟି ୬ ଆହତ

    14388
    Jul 03, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In