କର୍ତ୍ତବ୍ୟରେ ଅବହେଳା, ୯ ଶିକ୍ଷକଙ୍କ ଦରମା ବନ୍ଦ
ଭୁବନେଶ୍ବର: ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାଘପାଲି, ପନଖିମାଲ ଓ ବିରିଗଡ ଭଳି ତିନି ଗୋଟି ସ୍କୁଲର ୯ ଜଣ ଶିକ୍ଷକଙ୍କ କର୍ତ୍ତବ୍ୟରେ ଅବହେଳା ସେମାନଙ୍କୁ ମହଙ୍ଗା ପଡ଼ିଛି ।
ସୂଚନା ଅନୁସାରେ, ହରଭଙ୍ଗା ଗୋଷ୍ଠୀଶିକ୍ଷାଧିକାରୀ ହାଡ଼ିବନ୍ଧୁ ବେହେରା ତିନୋଟି ସ୍କୁଲକୁ ଅଚାନକ ପରିଦର୍ଶନ କରିଥିଲେ। ସେହି ସମୟରେ ବାଘପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମଞ୍ଜୁଳା ଦେଇ କାହାକୁ ନଜଣାଇ ଅନୁପସ୍ଥିତ ଥିଲେ। ତେଣୁ ତାଙ୍କର ଦୁଇ ଦିନର ଦରମା ବନ୍ଦ କରାଯିବା ସହ ସେହି ସ୍କୁଲର ଅନ୍ୟ ଜଣେ ଶିକ୍ଷକ ବିରେନ ଦାସିଆ ଜାଣି ଶୁଣି ଉଚ୍ଚ କର୍ତୃପକ୍ଷଙ୍କ ଆଦେଶ ଅବମାନନା ଅଭିଯୋଗରେ ଗୋଟିଏ ଦିନର ଦରମା ବନ୍ଦ ଆଦେଶ ଦେଇଛନ୍ତି। ପନଖିମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ନବୀନ ବେହେରା, ସହକାରୀ ଶିକ୍ଷକ ମିନତୀ ତ୍ରିପାଠୀ, ପ୍ରଦୀପ୍ତ କୁମାର ସାହୁଙ୍କୁ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଗୋଟିଏ ଦିନର ଦରମା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ବିରିଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷାଦାନ ଦିବସରେ ଜୁଲାଇ ୧୨ ତାରିଖ ଦିନ ସ୍କୁଲ ବନ୍ଦ ରଖି ଅନୁପସ୍ଥିତ ଥିବାରୁ ପ୍ରଧାନ ଶିକ୍ଷକ ସୁନୀଲ କୁମାର ପଣ୍ଡା, ସହକାରୀ ଶିକ୍ଷକ ସ୍ମୃତିରେଖା ପୁହାଣ, ନଳିନୀ ମେହେର, ବୈବସୁତା ବିଶ୍ୱାଳଙ୍କ ଗୋଟିଏ ଦିନର ଦରମା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି।
Powered by Froala Editor