ପୁଣି ୪ଟି ଗେଟ୍ ଖୋଲିଲା ହୀରାକୁଦ
ସମ୍ବଲପୁର : ପୁଣି ହୀରାକୁଦ ଡ୍ୟାମ୍ର ଆଉ ୪ଟି ଗେଟ୍ ଖୋଲିଲା। ବର୍ତ୍ତମାନ୍ ମୋଟ୍ ୮ଟି ଗେଟ୍ ନେଇ ବନ୍ୟା ଜଳ ନିଷ୍କାସନ ହେଉଛି। ବାମ ପାର୍ଶ୍ବର ୫ଟି ଓ ଡାହାଣ ପାର୍ଶ୍ବର ୩ଟି ସ୍ଲୁଇସ୍ ଖୋଲାଯାଇଛି। ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପଜନିତ ବର୍ଷା ଲାଗିରହିଛି। ଫଳରେ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେପଟେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି।
Powered by Froala Editor