ବିଜ୍ଞପ୍ତି ପ୍ରକାଶ: ପ୍ରତିଷ୍ଠା ହେବ ୫୬ଟି ନୂଆ କୋର୍ଟ
ଭୁବନେଶ୍ଵର: ରାଜ୍ୟରେ ପ୍ରତିଷ୍ଠା ହେବ ୫୬ଟି ନୂଆ କୋର୍ଟ। ନୂଆ କୋର୍ଟ ପାଇଁ ସୃଷ୍ଟି ହେବ ୮୪୦ ପଦବୀ। ରାଜ୍ୟ ଆଇନ ବିଭାଗ ପକ୍ଷରୁ ବୁଧବାର ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ଅନୁସାରେ, ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟ ସହ ଗେଜେଟେଡ୍ ଓ ଅଣଗେଜେଟେଡ୍ ବର୍ଗର ୮୪୦ ନୂଆ ପଦବୀକୁ ଅନୁମୋଦନ ମିଳିଛି। ଏଥିରୁ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୩ଟି ନୂଆ କୋର୍ଟ ସ୍ଥାପନ କରାଯିବ। ସେହିପରି ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଦୁଇଟି ଲେଖାଏଁ ନୂଆ ଅଦାଲତ ସ୍ଥାପନ କରାଯିବ। ଏହା ବ୍ୟତୀତ ମାଲକାନଗିରି, ମୟୂରଭଞ୍ଜ, ନୂଆପଡ଼ା, ପୁରୀ, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଆଦି ଜିଲାରେ ନୂଆ କୋର୍ଟ ସ୍ଥାପନ ହେବ।
Powered by Froala Editor