ଅଧିକ ଚିକେନ ମାଗିବାରୁ ଯୁବକଙ୍କୁ ହତ୍ୟା
କର୍ଣ୍ଣାଟକର ବେଲାଗାଭି ଜିଲାରେ ବିବାହ ଭୋଜିରେ ଅଧିକ ଚିକେନ ମାଗିବା କାରଣରୁ ଜଣେ ୩୦ ବର୍ଷୀୟ ଯୁବକଙ୍କୁ ଛୁରୀରେ ହାଣି ହତ୍ୟା କରାଯାଇଛି। ମୃତକଙ୍କ ନାଁ ବିନୋଦ ମାଲାସେଟୀ, ଏବଂ ସେ ତାଲୁକାର ନିବାସୀ ବୋଲି ଜଣାପଡ଼ିଛି।
ବିନୋଦ ତାଙ୍କ ବନ୍ଧୁ ଅଭିଷେକ କୋପ୍ପାଡ଼ଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ଅଭିଷେକ ନିକଟରେ ବିବାହ କରିଥିଲେ ଏବଂ ରବିବାର ଦିନ ତାଙ୍କ ଫାର୍ମରେ ଏକ ଭୋଜିର ଆୟୋଜନ କରିଥିଲେ। ବିନୋଦ ଖାଦ୍ୟ ପରିବେଷଣ କରୁଥିବା ବିଟ୍ଟାଲ ହାରୁଗୋପ୍ପାଙ୍କଠାରୁ ଅଧିକ ଚିକେନ ମାଗିଥିଲେ। ବିନୋଦ ଅଭିଯୋଗ କରିଥିଲେ ଯେ ତାଙ୍କୁ ଦିଆଯାଇଥିବା ଚିକେନର ପରିମାଣ ଅଳ୍ପ ଥିଲା। ଏହାକୁ ନେଇ ବିନୋଦ ଓ ବିଟ୍ଟାଲଙ୍କ ମଧ୍ୟରେ ବଚସା ହୋଇଥିଲା। କ୍ରୋଧରେ ବିଟ୍ଟାଲ ପିଆଜ କାଟିବା ପାଇଁ ବ୍ୟବହୃତ ଏକ ରୋଷେଇ ଛୁରୀରେ ବିନୋଦଙ୍କୁ ହାଣି ଦେଇଥିଲେ। ଏହି ଘଟଣାର ଅଭିଯୋଗ ଥାନାରେ କରାଯାଇଛି। ଏ ନେଇ ଏଫଆଇଆର ମଧ୍ୟ ଦାଖଲ କରାଯାଇଛି। ପୋଲିସ ଏହି ଘଟଣାକୁ ନେଇ ତଦନ୍ତ ଜାରି ରଖିଛି।
Powered by Froala Editor