ଶେଫାଳିଙ୍କ ମୃତ୍ୟୁ ପରେ ଏମିତି କହିଲେ ପ୍ରଥମ ସ୍ୱାମୀ...

‘କାଣ୍ଟା ଲଗା ଗାର୍ଲ’ ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ମାତ୍ର ୪୨ ବର୍ଷ ବୟସରେ ପରଲୋକ ଘଟିଥିଲା। ତାଙ୍କ ସ୍ବାମୀ ପରାଗ ତ୍ୟାଗୀ ତାଙ୍କ ମୃତ୍ୟୁରେ ଗଭୀର ମର୍ମାହତ ଅଛନ୍ତି। ଶେଫାଳିଙ୍କ ପୂର୍ବତନ ସ୍ବାମୀ ତଥା ଗାୟକ ହରମିତ୍ ସିଂହ ମଧ୍ୟ ଏଥିରେ ଆଘାତ ପାଇଛନ୍ତି।
ହରମିତ୍ଙ୍କଠାରୁ ଅଲଗା ହେବା ପରେ, ଟିଭି ଅଭିନେତା ପରାଗ ତ୍ୟାଗୀ ଶେଫାଳିଙ୍କ ଜୀବନରେ ପ୍ରବେଶ କରିଥିଲେ। ଏକ ପାର୍ଟି ସମୟରେ ଉଭୟଙ୍କ ସାକ୍ଷାତ ହୋଇଥିଲା। ଏହା ପରେ ଆଲୋଚନା ଏବଂ ସାକ୍ଷାତର ଏକ ଧାରାବାହିକ ଚାଲିଲା। ଶେଷରେ, ପରସ୍ପର ସହିତ ସମୟ ବିତାଇବା ପରେ, ଉଭୟ ୨୦୧୪ରେ ବିବାହ କରିଥିଲେ। କିନ୍ତୁ, ୧୧ ବର୍ଷ ପରେ, ଏହି ସମ୍ପର୍କର ଏକ ଦୁଃଖଦ ଅନ୍ତ ଘଟିଥିଲା। ଶେଫାଳି ଗତ ଜୁନ ୨୭ରେ ହୃଦଘାତରେ ମୃତ୍ୟୁ ହୋଇଥିଲା। ଏବେ ଶେଫାଳିଙ୍କ ମୃତ୍ୟୁ ପରେ ହରମିତ୍ ମୁହଁ ଖୋଲିଛନ୍ତି।
ହରମିତ୍ କହିଛନ୍ତି, ମୁଁ ଦୁଇ-ତିନ ବର୍ଷ ପୂର୍ବେ ଏକ ଶୋ’ ପାଇଁ ବାଂଲାଦେଶରେ ଥିଲି। ଶେଫାଳି ଏବଂ ସନି ଲିଓନ ମଧ୍ୟ ସେଠାରେ ଥିଲେ। ଆମେ ତିନିଜଣ ଏକାଠି ଗୋଟିଏ ପ୍ରାଇଭେଟ୍ ପ୍ଲେନ୍ରେ ଭାରତ ଆସିଥିଲୁ। ମୁଁ ଶେଫାଳିଙ୍କ ପାଖରେ ଥିବା ସିଟ୍ରେ ବସିଥିଲି। ସେତେବେଳେ ଆମର ବହୁତ କଥାବାର୍ତ୍ତା ହୋଇଥିଲା।
ହରମିତ୍ ସିଂହ ଏବଂ ଶେଫାଳି ଜରିୱାଲା ୨୦୦୪ରେ ବହୁତ ଧୁମ୍ଧାମ୍ରେ ବିବାହ କରିଥିଲେ। କିନ୍ତୁ ୨୦୦୯ରେ ଛାଡପତ୍ର ନେଇ ସେମାନଙ୍କ ସମ୍ପର୍କ ଶେଷ କରିଥିଲେ।
Powered by Froala Editor