ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଗୋପାଳପୁର: ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଦୁଷ୍କର୍ମ ମାମଲା ପିଛା ଛାଡୁ ନଥିବା ବେଳେ ପୁଣି ଆଉ ଏକ ଦୁଷ୍କର୍ମ ମାମଲା ଥାନାରେ ରୁଜୁ ହୋଇଛି । ପୁଲିସ ଅଭିଯୁକ୍ତ ଜଣଙ୍କୁ ଗିରଫ କରିଥିବା ଥିବା ଜଣାପଡିଛି। ଘଟଣାଟି ଶନିବାର ଦିନ ଘଟିଥିବା ବେଳେ ଏହା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ ଜଣେ ନାବାଳିକାକୁ ସେହି ଗ୍ରାମର ଜଣେ ଯୁବକ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିଲା।
ଘଟଣା ନେଇ ପିଡିତା ଘରେ ଜଣାଇବା ପରେ ପରିବାର ପକ୍ଷରୁ ଏନେଇ ଗାଁରେ ଜଣାଇଥିଲେ। ଏହି ଘଟଣା ନେଇ ଆଜି ପିଡିତା ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ଏକ ପୋଷ୍କ ମାମଲା ରୁଜୁ ସହ ଉଭୟ ନାବାଳିକା ଓ ଅଭିଯୁକ୍ତଙ୍କ ଡ଼ାକ୍ତରୀ ମାଇନା କରିବା ସହ ଅଭିଯୁକ୍ତକୁ ଗିରଫ କରି ଥାନାରେ ଅଟକ ରଖି ପଚରା ଉଚୁରା ଜାରି ଥିବା ଆଇଆଇସି ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି।
Powered by Froala Editor