ସୋନମଙ୍କୁ ଉଠାଇ ହସ୍ପିଟାଲରେ ଭର୍ତ୍ତି କଲା ପୋଲିସ
ସୋନମ ୱାଙ୍ଗଚୁକଙ୍କୁ ଉଠାଇଲା ପୋଲିସ୍। ଦିଲ୍ଲୀ ପୋଲିସ ସୋନମ ୱାଙ୍ଗଚୁକଙ୍କୁ ଜନ୍ତର-ମନ୍ତରରୁ ହଟାଇ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଛି, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି। ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ପରେ କାକ୍ରୋଚ ଜନତା ପାର୍ଟି (CJP)ର ମୁଖ୍ୟ ଅଭିଜିତ ଦୀପକେ ଜନ୍ତର-ମନ୍ତରରେ ହିଁ ଅନଶନରେ ବସିଯାଇଛନ୍ତି। ଆନ୍ଦୋଳନ ମଞ୍ଚରେ ବସିଥିବା ସମୟରେ ଦୀପକେ ହଠାତ୍ ଭାବୁକ ହୋଇ କାନ୍ଦି ପକାଇଥିଲେ। ସିଜେପି ମୁଖ୍ୟ ମଞ୍ଚ ଉପରେ ଭାବୁକ ହେବାର ଭିଡିଓ ଏବେ ସାମ୍ନାକୁ ଆସିଛି।
ଶିକ୍ଷାବିତ୍ ତଥା ବୈଜ୍ଞାନିକ ସୋନମ୍ ୱାଙ୍ଗଚୁକକ NEET ପେପର ଲିକ୍ ଘଟଣାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ସେ ଅନଶନ କରୁଛନ୍ତି। ପରୀକ୍ଷା ଅନିୟମିତତା ଅଭିଯୋଗରେ ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ସେ ଅଟଳ। ଏହା ଭିତରେ ଡାକ୍ତରମାନେ ଚେତାବନୀ ଦେଇଛନ୍ତି ଯେ ତାଙ୍କର ଦୀର୍ଘ ଅନଶନ ଏକ ଜଟିଳ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ପରବର୍ତ୍ତୀ ପର୍ଯ୍ୟାୟ ବେଶ୍ ଚିନ୍ତାଜନକ। ତେଣୁ ଦିଲ୍ଲୀ ପୋଲିସ୍ ପହଞ୍ଚି ତାଙ୍କୁ ସେଠୁ ହସ୍ପିଟାଲରେ ଭର୍ତ୍ତି କରାଇଛି।
ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅଭିଯୋଗ କରି କକରୋଚ୍ ଜନତା ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ସୋନମ୍ ଙ୍କ ସମର୍ଥନରେ ରାସ୍ତାକୁ ବି ଓହ୍ଲାଇଛନ୍ତି। ସୋନମଙ୍କ ଅନଶନ ଘଟଣା ସାରା ଦେଶ ଓ ସୋସିଆଲ୍ ମିଡିଆରେ ଘଟଣାକୁ ନେଇ ପ୍ରବଳ ସମର୍ଥନ ମିଳିବା ସହ ସୋନମଙ୍କ ପ୍ରତି ସମବେଦନା ବଢ଼ିଛି।
Powered by Froala Editor