Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, July 17, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ...

  • ସ୍କୁଲ ଭ୍ୟାନ- ପାସେଞ୍ଜର ଟ୍ରେନ ଧକ୍କା, ୩ ...

  • ଜାରି ରହିଛି ଆମେରିକା ଓ ଇରାନ ସାମରିକ ...

  • ଟିଏମସିରୁ କୋଏଲ ମଲ୍ଲିକଙ୍କ ଇସ୍ତଫା

  • NEET-UG ପେପର୍ ଲିକ୍ ମାମଲାରେ ସିବିଆଇର ...

  • ଇରାନକୁ ଧମକ ଦେଇ ଏହା କହିଲେ ଟ୍ରମ୍ପ

  • ଆମିର ଖାନଙ୍କ ତୃତୀୟ ବିବାହକୁ ନେଇ ଫତୱା ...

  • ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ...

  • ସୋନମ୍‌ ଓ୍ୱାଙ୍ଗଚୁକଙ୍କ ପାଇଁ ଦିଲ୍ଲୀ ...

  • ଚାଲି ଚାଲି ଯାଉଥିବା ସମୟରେ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ›› ଜାରି ରହିଛି ଆମେରିକା ଓ ଇରାନ ସାମରିକ ସଂଘର୍ଷ

ଜାରି ରହିଛି ଆମେରିକା ଓ ଇରାନ ସାମରିକ ସଂଘର୍ଷ

2026-07-17 12:37:38
15341
Share:
Facebook
Twitter
E-Mail
WhatsApp
Telegram
 ଜାରି  ରହିଛି ଆମେରିକା ଓ ଇରାନ ସାମରିକ ସଂଘର୍ଷ

ୱାଶିଂଟନ : ଆମେରିକା ଓ ଇରାନ ମଧ୍ୟରେ ଲାଗି ରହିଥିବା ସାମରିକ ସଂଘର୍ଷ କ୍ରମରେ ଆମେରିକା ସେନା କ୍ରମାଗତ ପଞ୍ଚମ ଦିନ ପାଇଁ ଇରାନର ବିଭିନ୍ନ ସାମରିକ ଘାଟିକୁ ଟାର୍ଗେଟ୍ କରି ବିମାନ ଆକ୍ରମଣ କରିଛି। ବିଶେଷ କରି ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବାଣିଜ୍ୟ ପଥ ହର୍ମୁଜ ପ୍ରଣାଳୀ ନିକଟରେ ଥିବା ଇରାନର ପ୍ରତିରକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିବା ପାଇଁ ଆମେରିକା ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ (ସେଣ୍ଟକମ୍‌) ସୂଚନା ଦେଇଛି ଯେ, ବାଣିଜ୍ୟିକ ଓ ସାଧାରଣ ଜାହାଜଗୁଡ଼ିକର ସୁରକ୍ଷିତ ଯାତ୍ରାକୁ ବାଧାପ୍ରାପ୍ତ କରୁଥିବା ଇରାନର ସାମରିକ ଶକ୍ତିକୁ ଦୁର୍ବଳ କରିବା ଏହି ଆକ୍ରମଣର ମୁଖ୍ୟ ଉଦ୍ଦେଶ୍ୟ। ଆମେରିକା ବାୟୁସେନା ହର୍ମୁଜ ପ୍ରଣାଳୀ ନିକଟରେ ଥିବା ଗ୍ରେଟର ଟୁନ୍‌ବ ଦ୍ୱୀପ ଉପରେ ବ୍ୟାପକ ଆକ୍ରମଣ କରିଛି। ସେଠାରେ ଥିବା ଇରାନର ଉପକୂଳ ସୁରକ୍ଷା ବ୍ୟବସ୍ଥା ଓ କ୍ରୁଜ୍ କ୍ଷେପଣାସ୍ତ୍ର ସଂରକ୍ଷଣ ଘାଟିଗୁଡ଼ିକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦିଆଯାଇଛି। ଇରାନର ବନ୍ଦର ସହର ବନ୍ଦର ଆବାସ, ଚାବାହାର ଓ ଅହୱାଜରେ ଶକ୍ତିଶାଳୀ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶକ୍ରମେ ଇରାନର ସମସ୍ତ ବନ୍ଦର ଉପରେ ସାମୁଦ୍ରିକ ଅବରୋଧ ଲାଗୁ କରାଯାଇଛି। ଏହି ପ୍ରତିବନ୍ଧକକୁ ଭାଙ୍ଗି ଇରାନ ଅଭିମୁଖେ ଯାଉଥିବା କୁରାସାଓ ପତାକାଧାରୀ ଏକ ଖାଲି ତୈଳ ଟ୍ୟାଙ୍କର ଉପରେ ଆମେରିକୀୟ ଯୁଦ୍ଧବିମାନ ହେଲଫାୟାର କ୍ଷେପଣାସ୍ତ୍ର ମାଡ଼ କରି ଅଚଳ କରିଦେଇଛି। ଆମେରିକାର ଏହି ଆକ୍ରମଣକୁ ନେଇ ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଘାଲିବାଫ କହିଛନ୍ତି ଯେ, ଏହା ଆମେରିକା ସହ ତାଙ୍କର ଏକ ଅସ୍ତିତ୍ୱର ଯୁଦ୍ଧ। ଏହାସହ ଇରାନର ରିଭୋଲ୍ୟୁସନାରୀ ଗାର୍ଡସ ଧମକ ଦେଇଛି ଯେ, ଯଦି ଆମେରିକା ତା’ର ଆକ୍ରମଣ ବନ୍ଦ ନକରେ, ତେବେ ତା’ର ସହଯୋଗୀ ଦେଶଗୁଡ଼ିକର ସମସ୍ତ ଶକ୍ତି ଓ ତେଲ ରପ୍ତାନି କରିଡରକୁ ଧ୍ୱଂସ କରିଦିଆଯିବ। ଇରାନ ଗତ ସପ୍ତାହରେ ହର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବା ପରେ ବିଶ୍ୱ ବଜାରରେ ଅଶୋଧିତ ତେଲ ଦର ବ୍ୟାପକ ଭାବେ ବୃଦ୍ଧି ପାଇ ବାରେଲ ପିଛା ୮୫ ଡଲାର ନିକଟରେ ପହଞ୍ଚିଛି।
ଇରାନ ଓ ଆମେରିକା ଯୁଦ୍ଧ ଉତ୍ତେଜନା ମଧ୍ୟରେ ଇରାନର ରାଜଧାନୀ ତେହେରାନରେ ଏକ ବିବାଦୀୟ ବିଲ୍‌ବୋର୍ଡ ଦେଖିବାକୁ ମିଳିଛି। ଏହି ବିଲ୍‌ବୋର୍ଡରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ କଫିନ ଭିତରେ ଶୋଇଥିବାର ଚିତ୍ରିତ କରାଯାଇଛି। ଏହା ସହିତ ସେଥିରେ ଇଂରାଜୀ ଓ ପାର୍ସୀ ଭାଷାରେ ‘ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଆମେ ମାରିଦେବୁ’ ବୋଲି ଏକ ଧମକପୂର୍ଣ୍ଣ ବାର୍ତ୍ତା ଲେଖାଯାଇଛି। ତେହେରାନର ସବୁଠାରୁ ବ୍ୟସ୍ତବହୁଳ ଛକ ‘ଏଙ୍ଗେଲାବ ସ୍କୋୟାର’ରେ ଏହି ବିଶାଳ ପୋଷ୍ଟର ଲଗାଯାଇଛି। ଏଥିରେ ଟ୍ରମ୍ପ ନିଜର ପ୍ରସିଦ୍ଧ ଲାଲ୍ ଟାଇ ପିନ୍ଧି, ଆଖି ବନ୍ଦ କରି କଫିନ ଭିତରେ ଶୋଇଥିବା ଅବସ୍ଥାରେ ଦେଖାଯାଇଛି। ଏହି ବିଲ୍‌ବୋର୍ଡରେ ଫେବୃଆରୀ ମାସରେ ପ୍ରାଣ ହରାଇଥିବା ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ ନେବା କଥା ଉଲ୍ଲେଖ କରାଯାଇଛି। ଏହା ସହିତ ଏଥିରେ ‘ମିନାବର ଶିଶୁମାନଙ୍କ ସ୍ମୃତିରେ’ ବୋଲି ଲେଖାଯାଇଛି। ଗତ ଫେବୃଆରୀ ୨୮ ତାରିଖରେ ଦକ୍ଷିଣ ଇରାନର ମିନାବ ସହରରେ ଆମେରିକାର ଏକ ଏୟାରଷ୍ଟ୍ରାଇକ୍‌ରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଉପରେ ଆକ୍ରମଣ ହୋଇଥିଲା, ଯେଉଁଥିରେ ଅନେକ ଶିଶୁ ପ୍ରାଣ ହରାଇଥିଲେ। ଆମେରିକା ସେନା ଇରାନର ସାମରିକ ଘାଟିଗୁଡ଼ିକ ଉପରେ କ୍ରମାଗତ ଆକ୍ରମଣ କରୁଥିବାରୁ ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଭୟଙ୍କର ହୋଇଛି।

Powered by Froala Editor

Tags War

Related articles Odisha News Lens 4.1

  • ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଭାଇ ଶାଲିଗ୍ରାମ ଗର୍ଗ ଗିରଫ
    ଦେଶ-ଦେଶାନ୍ତର

    ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଭାଇ ଶାଲିଗ୍ରାମ ଗର୍ଗ ଗିରଫ

    13578
    Jul 16, 2026
  •  ଜାରି  ରହିଛି ଆମେରିକା ଓ ଇରାନ ସାମରିକ ସଂଘର୍ଷ
    ଦେଶ-ଦେଶାନ୍ତର

    ଜାରି ରହିଛି ଆମେରିକା ଓ ଇରାନ ସାମରିକ ସଂଘର୍ଷ

    15341
    Jul 17, 2026
  • ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ​​ଜାଲିଆତି ହୋଇଥିବା ଦାବି କଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ​​ଜାଲିଆତି ହୋଇଥିବା ଦାବି କଲେ ଟ୍ରମ୍ପ

    13520
    Jul 17, 2026
  • NEET-UG ପେପର୍ ଲିକ୍ ମାମଲାରେ ସିବିଆଇର ଆଶ୍ଚର୍ଯ୍ୟଜନକ ଖୁଲାସା, ଜାଣନ୍ତୁ.....
    ଦେଶ-ଦେଶାନ୍ତର

    NEET-UG ପେପର୍ ଲିକ୍ ମାମଲାରେ ସିବିଆଇର ଆଶ୍ଚର୍ଯ୍ୟଜନକ ଖୁଲାସା, ଜାଣନ୍ତୁ.....

    15052
    Jul 16, 2026
  • ସୋନମ୍‌ ଓ୍ୱାଙ୍ଗଚୁକଙ୍କ ପାଇଁ ଦିଲ୍ଲୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ
    ଦେଶ-ଦେଶାନ୍ତର

    ସୋନମ୍‌ ଓ୍ୱାଙ୍ଗଚୁକଙ୍କ ପାଇଁ ଦିଲ୍ଲୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ

    15153
    Jul 16, 2026
  • ଇରାନକୁ ଧମକ ଦେଇ ଏହା କହିଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ଇରାନକୁ ଧମକ ଦେଇ ଏହା କହିଲେ ଟ୍ରମ୍ପ

    15405
    Jul 16, 2026
  •  ଟିଏମସିରୁ କୋଏଲ ମଲ୍ଲିକଙ୍କ ଇସ୍ତଫା
    ଦେଶ-ଦେଶାନ୍ତର

    ଟିଏମସିରୁ କୋଏଲ ମଲ୍ଲିକଙ୍କ ଇସ୍ତଫା

    13844
    Jul 16, 2026
  • ଆମିର ଖାନଙ୍କ ତୃତୀୟ ବିବାହକୁ ନେଇ ଫତୱା ଜାରି
    ମନୋରଞ୍ଜନ

    ଆମିର ଖାନଙ୍କ ତୃତୀୟ ବିବାହକୁ ନେଇ ଫତୱା ଜାରି

    14973
    Jul 16, 2026
  • ସ୍କୁଲ ଭ୍ୟାନ- ପାସେଞ୍ଜର ଟ୍ରେନ ଧକ୍କା, ୩ ମୃତ
    ଦେଶ-ଦେଶାନ୍ତର

    ସ୍କୁଲ ଭ୍ୟାନ- ପାସେଞ୍ଜର ଟ୍ରେନ ଧକ୍କା, ୩ ମୃତ

    15262
    Jul 17, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସୋନମ୍‌ ଓ୍ୱାଙ୍ଗଚୁକଙ୍କ ପାଇଁ ଦିଲ୍ଲୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ

    15153
    Jul 16, 2026
  • ଦେଶ-ଦେଶାନ୍ତର

    ଇରାନକୁ ଧମକ ଦେଇ ଏହା କହିଲେ ଟ୍ରମ୍ପ

    15405
    Jul 16, 2026
  • ଦେଶ-ଦେଶାନ୍ତର

    ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ​​ଜାଲିଆତି ହୋଇଥିବା ଦାବି କଲେ ଟ୍ରମ୍ପ

    13520
    Jul 17, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16980
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17590
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17643
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18044
    Sep 06, 2023

ବିଶେଷ

  • ଜୋତା ଚପଲ ଆପଣଙ୍କୁ କରିଦେଇପାରେ କାଙ୍ଗାଳ, ଜାଣନ୍ତୁ ପିନ୍ଧିବାର ନିୟମ

    14097
    Jul 15, 2026
  • ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ

    14639
    Jul 12, 2026
  • ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ କେମିତି ଜାଣିବେ ?

    14923
    Jul 10, 2026
  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15672
    Jul 07, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15779
    Jul 06, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମର କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରୁଛି

ମହିଳା ଏବଂ କିଶୋରୀମାନଙ୍କୁ ଋତୁସ୍ରାବ ଏବଂ ସ୍ୱଚ୍ଛତା ବିଷୟରେ ନିଜ ପସନ୍ଦ ଅନୁଯାୟୀ ପଦକ୍ଷେପ ନେବାକୁ ସକ୍ଷମ କରିଛି

ଭୁବନେଶ୍ୱର, ୧୪/୦୭/୨୦୨୬ : ସାରା ଭାରତରେ ମହିଳା ଏବଂ କିଶୋରୀମାନଙ୍କ ପାଇଁ ଋତୁସ ...

  • ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ସ୍କିନକେୟାର ବର୍ଗମାଳାକୁ ସୁଦୃଢ କଲା, ନୁ୍ୟଟ୍ରିଲାଇଟ-ପାୱାର୍ଡ ଉଦ୍ଦିଦଜାତ ଉପାଦାନ ସହିତ ପ୍ରଚଳନ କଲା ଆର୍ଟିଷ୍ଟ୍ରି ସ୍କିନ୍‌ ନୁ୍ୟଟ୍ରିସନ ମଲ୍‌ଟି- ଡିଫେନ୍ସ ୟୁଭି ପ୍ରୋଟେକ୍ଟ

    15833
    Jul 14, 2026
  • ଫେଡେରାଲ ବ୍ୟାଙ୍କ ଭୁବନେଶ୍ୱରରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ‘ୱେଲ୍‌ଥ ଆଣ୍ଡ ୱିଜଡମ୍‌’ କାର୍ଯ୍ୟକ୍ରମ ଆୟୋଜନ କଲା

    13781
    Jul 14, 2026
  • ମାସକରେ ୧୫ ହଜାର ଖସିଲାଣି ସୁନା

    14665
    Jul 01, 2026
  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15853
    Jun 30, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଭାଇ ଶାଲିଗ୍ରାମ ଗର୍ଗ ଗିରଫ

    13578
    Jul 16, 2026
  • ଜାରି ରହିଛି ଆମେରିକା ଓ ଇରାନ ସାମରିକ ସଂଘର୍ଷ

    15341
    Jul 17, 2026
  • ସ୍କୁଲ ଭ୍ୟାନ- ପାସେଞ୍ଜର ଟ୍ରେନ ଧକ୍କା, ୩ ମୃତ

    15262
    Jul 17, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In