ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
ଭୁବନେଶ୍ବର: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ। ବୁଡ଼ାଗୁଡ଼ା ସଂରକ୍ଷିତ ଜଙ୍ଗଲରେ କୁମ୍ବିଂବେଳେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଗୁଇନ୍ଦା ସୂଚନା ଆଧାରରେ ୨ ଦିନ ହେଲା ଅପରେସନ ଚଳାଇଥିଲେ ସୁରକ୍ଷାକର୍ମୀ। ସୋମବାର ଅପରେସନ ସମୟରେ ମାଓବାଦୀ ସୁରକ୍ଷାକର୍ମୀଙ୍କୁ ହଠାତ୍ ଆକ୍ରମଣ କରିଥିଲେ। ଏହାର ଜବାବରେ ଗୁଳି ଚଳାଇଥିଲେ ସୁରକ୍ଷାକର୍ମୀ, ଯେଉଁଥିରେ ନିପାତ ହୋଇଛନ୍ତି ୨ ମାଓବାଦୀ।
Powered by Froala Editor