ଗଡିଲା କାଳିଆ ସାଆନ୍ତଙ୍କ ରଥ

ପୁରୀ: ଆଜି ପୁଣି ଆରମ୍ଭ ହେଲା ରଥଟଣା । ଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁଙ୍କ ରଥ ଅଟକି ଯାଇଥିଲା । ମାନ ଅଭିମାନ ଭୁଲି ମନୁଆ ଠାକୁର ଶେଷରେ ମାନିଛନ୍ତି ଏବଂ ଅନୁମତି ଦେଇଛନ୍ତି ରଥକୁ ଆଗକୁ ନେବା ପାଇଁ । ଘଣ୍ଟ ଘଣ୍ଟା, ଶଙ୍ଖ ନାଦରେ କମ୍ପି ଉଠିଛି ବଡଦାଣ୍ଡ । ଏହାପରେ ଗଡିଛି ମହାପ୍ରଭୁଙ୍କ ନନ୍ଦିଘୋଷ ରଥ । ଆଜି ନିର୍ଦ୍ଧାରିତ ସମୟରେ ରଥଟଣା ଆରମ୍ଭ ହୋଇଛି । ବଡ ଠାକୁରଙ୍କ ରଥ ବଳଗଣ୍ଡି ଓ ଦେବୀ ସୁଭଦ୍ରାଙ୍କ ରଥ ମରୀଚିକୋଟ ଛକରୁ ଆଗେଇ ଚାଲିଥିବା ବେଳେ ପଛରେ ଆସୁଛନ୍ତି କାଳିଆ ସାଆନ୍ତ ।
Powered by Froala Editor