ଗୁଳିକାଣ୍ଡର ସିଆଇଡି ତଦନ୍ତ ନିଦେ୍ର୍ଧଶ ଦେଲେ ମମତା

ନୂଆଦିଲ୍ଲୀ: କୁଚବିହାରରେ ବୁଥ ଦଖଲ ଉଦ୍ୟମ କରୁଥିବା ଉପଦ୍ରବକାରୀଙ୍କ ଉପରେ ସିଆଇଏସଏଫ ଯବାନଙ୍କ ଗୁଳିମାଡ ଯୋଗୁଁ ୪ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ମାମଲାରେ ନିର୍ବାଚନ କମିସନ ଅପରାହ୍ନରେ ବୟାନ ଜାରି କରିଛନ୍ତି । ସୁରକ୍ଷା ବାହିନୀ ବିରୋଧରେ ଅପପ୍ରଚାର ଏବଂ ଗୁଜବରେ ବିଶ୍ୱାସ କରି ସ୍ଥାନୀୟ ଲୋକେ ସଂଘବଦ୍ଧ ଆକ୍ରମଣ କରିଥିଲେ ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଗୁଳି ଚଳାଇବାକୁ ପଡ଼ିଥିଲା ବୋଲି ନିର୍ବାଚନ କମିଶନ କହିଛନ୍ତି । ଏହି ମାମଲାରେ ବିଜେପି ଏବଂ ଟିଏମସି ପରସ୍ପର ପରସ୍ପରକୁ ଦାୟୀ କରିଛନ୍ତି । ଉକ୍ତ ଘଟଣା ପାଇଁ ଟିଏମସି କେନ୍ଦ୍ରୀୟ ବାହିନୀ ବିରୋଧରେ ପ୍ରବଳ ବର୍ଷିଛି । ଏହା ଏକ ନିର୍ମମ ହତ୍ୟା ବୋଲି ଦର୍ଶାଇ ଟିଏମସି କହିଛି ଯେ,ନିର୍ବାଚନ କମିସନ ଏହି ହିଂସାକୁ ସମର୍ଥନ କରିଛନ୍ତି । ଉକ୍ତ ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଆଇଡି ତଦନ୍ତ ନିଦେ୍ର୍ଧଶ ଦେଇଛନ୍ତି । ବିଜେପି କହିଛି ଯେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ ପାଇଁ ଲୋକଙ୍କୁ ମମତା ସିଧାସଳଖ ଉସୁକାଉଛନ୍ତି ଏବଂ ଏହାର ପରିଣତି ଦେଖିବାକୁ ମିଳିଛି ।