ନବ ଦାସଙ୍କ ଘରେ ତୃତୀୟ ଦିନରେ ବି ଚାଲିଛି ଚଢାଉ
ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବଦାସଙ୍କ ଘରେ ଆଜି ବି ତୃତୀୟ ଦିନରେ ଚଢାଉ ହୋଇଛି । ଆୟକର ଫାଙ୍କିବା ଅଭିଯୋଗରେ ଲଗାତାର ତୃତୀୟ ଦିନରେ ଚାଲିଛି ଚଢାଉ । ନବ ଦାସଙ୍କ ସମ୍ବଲପୁର ମୁଦିପଡା ଘର ସମେତ ୪ଟି ସ୍ଥାନରେ ରେଡ ଚାଲିଛି । ଏହାସହିତ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଆୟକର ବିଭାଗ ଚଢାଉ ଜାରି ରଖିଛି । ଭିଏସଏସ ମାର୍ଗରେ ଥିବା ହୋଟେଲ ମାଣ୍ଡାରିନ, ଭାଲୁପାଲି ସ୍ଥିତ ଏକ ହୋଟେଲ ଓ ଅଇଁଠାପାଲି ସ୍ଥିତ ଏକ ମଲ୍ ଏବଂ ଶାନ୍ତି ନଗର ସ୍ଥିତ ସହଯୋଗୀଙ୍କ ଘରେ ଚଢାଉ ଜାରି ରହିଛି । ଚଢାଉ ନେଇ ଏଯାବତ ନବଙ୍କ ପରିବାରର ସଦସ୍ୟଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ ।
Powered by Froala Editor