କଟକରେ ବିଭିନ୍ନ ହୋଟେଲରେ ଚଢାଉ
କଟକ: କଟକ ଜିଲ୍ଲାରେ ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସାରା ଜିଲ୍ଲାରେ ୧୦୦ ରୁ ଅଧିକ ଆକ୍ରାନ୍ତ ହେଲେଣି। ବୈୟାଳିଶି ମୌଜା, ଟାଙ୍ଗୀ ଏବଂ ନରସିଂହପୁର ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେଣୁ କଟକ ସହରରେ ଝାଡାବାନ୍ତି ବ୍ୟାପିବା ଆଶଙ୍କାକୁ ଦୃଷ୍ଟିରେ ରଖି ସହରରେ ଥିବା ବିଭିନ୍ନ ହୋଟେଲ ଗୁଡିକରେ ସିଏମସି ଓ ଖାଦ୍ୟ ସୁରକ୍ଷା ବିଭାଗ ଚଢାଉ ଜାରି ରଖିଛି। ଆଜି କଟକ ରେଳ ଷ୍ଟେସନ୍ ନିକଟରେ ଥିବା ବିଭିନ୍ନ ହୋଟେଲ ଗୁଡିକ ଉପରେ ଚଢାଉ କରାଯାଇ ୨୦ କେଜି ଅଧିକ ବାସି ଖାଦ୍ୟ ନଷ୍ଟ କରାଯାଇଛି। ଏପରିକି ଯେଉଁ ହୋଟେଲ ଗୁଡିକୁ ବିନା ଲାଇସେନ୍ସରେ ଖୋଲାଯାଇଛି। ସେଗୁଡିକୁ ସିଲ୍ କରାଯାଇଛି।
Powered by Froala Editor