ଗ୍ରୀଲ୍ କାମବେଳେ ଅଘଟଣ: ବିଦ୍ୟୁତ୍ ଆଘାତରେ ଚାଲିଗଲା ଜୀବନ
ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ମଧୁପୁର ପଞ୍ଚାୟତର କାଳରୁହି ଗ୍ରାମରେ ଅଘଟଣ ଘଟିଛି । ଘର ଗ୍ରୀଲ୍ କାମ ଚାଲିଥିବା ବେଳେ ବିଦ୍ୟୁତ୍ ଆଘାତରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି ।
କାଳରୁହି ଗ୍ରାମରେ ରାଜେନ୍ଦ୍ର ବେହେରାଙ୍କ ପକ୍କା ଘର ଗ୍ରିଲ କାମ ଚାଲୁଥିଲା । ଏହି ସମୟରେ ଏକ ବିଦ୍ୟୁତ ତାର କଟି ଗ୍ରିଲରେ ଲାଗି ଯାଇଥିଲା । ଏଥିରେ ରାଜେନ୍ଦ୍ର ବେହେରାଙ୍କ ବଡ ପୁଅ ଦୀପକ ବେହେରାଙ୍କ ମୃତ୍ୟୁ ଘଟିଛି । ସାନ ପୁଅ ଓ ପକ୍କା କାମ କରୁଥିବା ମିସ୍ତ୍ରୀ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବରପାଇ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏନେଇ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛି । ସେପଟେ ଏହି ଅଘଟଣ ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି ।
Powered by Froala Editor