ମୁମ୍ବାଇରେ ସଂକ୍ରମଣ ଅଧିକ, ୫ ଲକ୍ଷ ଟପିଲା

ମୁମ୍ବାଇ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ମୋଟ କୋଭିଡ ସଂକ୍ରମଣ ମାମଲା ୫ ଲକ୍ଷ ଟପିଛି । ଜାପାନ ଏବଂ ୟୁଏଇ ପରି ରାଷ୍ଟ୍ରମାନଙ୍କର ମୋଟ ସଂକ୍ରମଣକୁ ମଧ୍ୟ ମୁମ୍ବାଇ ସଂକ୍ରମଣ ଟପିଯାଇଛି । ବିଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇରେ ୯,୨୦୨ ନୂଆ ମାମଲା ଚିହ୍ନଟ ହୋଇଛି । ଦେଶରେ ୪ ଲକ୍ଷରୁ ୫ ଲକ୍ଷ ସଂକ୍ରମଣ ମାମଲା ହେବା ପାଇଁ ମାତ୍ର ୧୧ ଦିନ ଲାଗିଛି । ଅନ୍ୟ ପକ୍ଷେ ମାମଲା ୩ ରୁ ୪ ଲକ୍ଷ ହେବା ପାଇଁ ୭୫ ଦିନ ଲାଗିଥିଲା । ମହାରାଷ୍ଟ୍ରରେ ଲାଗାତାର ସଂକ୍ରମଣ ବଢ଼ୁଛି । ବିଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ପୁଣି ୫୮.୯୯୩ ନୂଆ ମାମଲା ଚିହ୍ନଟ ହୋଇଛି । ଏଥି ସହ ରାଜ୍ୟର ମୋଟ ସଂକ୍ରମଣ ୩୨.୮ ଲକ୍ଷ ରହିଛି । ମୁମ୍ବାଇରେ ଏବେ ୮୮,୦୫୩ ସକି୍ରୟ ମାମଲା ରହିଛି । ତେବେ ମୁମ୍ବାଇରେ ଗତ ବର୍ଷ ମାର୍ଚ୍ଚ ୧୧ ରେ ପ୍ରଥମ ମାମଲା ଚିହ୍ନଟ ହୋଇଥିଲା । ଜୁଲାଇ ୧୮ରେ ସହରର ସଂକ୍ରମଣ ମାମଲା ୧ ଲକ୍ଷ ଟପିଥିଲା । ମୁମ୍ବାଇର ସଂକ୍ରମଣ ମାମଲା ୧ ଲକ୍ଷରୁ ୨ ଲକ୍ଷ ହେବା ପାଇଁ ୭୨ ଦିନ ଲାଗିଥିଲା । ମାମଲା ୪ ରୁ ୫ ଲକ୍ଷ ହେବା ପାଇଁ ୧୧ ଦିନ ଲାଗିଛି । ଲଗାତାର ୩ ଦିନ ଧରି ମହାରାଷ୍ଟ୍ରରେ ୩୦୦ ରୁ ଅଧିକ କରୋନା ମୃତୁ୍ୟ ହୋଇଛି । ଅନ୍ୟ ପକ୍ଷେ ମହାରାଷ୍ଟ୍ରରେ ସକି୍ରୟ ମାମଲା ୫.୩ ଲକ୍ଷ ରହିଛି ।