Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, March 26, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କେଉଁ ତ୍ଵଚା ପାଇଁ ମୁଲତାନି ମିଟ୍ଟି ...

  • ୟୁଏଇ ନଷ୍ଟ କଲା ୫ ବାଲିଷ୍ଟିକ ...

  • ହାଇକୋର୍ଟରେ ଖାରଜ ହେଲା ଲାଲୁଙ୍କ ପିଟିସନ

  • ଅନୁମତି ନଥିବା କହି ଇରାନ ଫେରାଇ ଦେଲା ...

  • ଯୁଦ୍ଧର ପ୍ରଭାବ : ବଢ଼ିବ ମଦ, ବିୟର ମୂଲ୍ୟ

  • ଏଲପିଜି ବୁକିଂ ନିୟମକୁ ନେଇ ସରକାରଙ୍କ ...

  • ‘ମେଟା’ ଉପରେ ୩୫,୨୦୦ କୋଟିର ଫାଇନ୍

  • ସୋନିଆ ଗାନ୍ଧି ଅସୁସ୍ଥ, ହସ୍ପିଟାଲରେ ...

  • ପଞ୍ଜାବୀ ଅଭିନେତ୍ରୀଙ୍କୁ ଦ୍ୱିତୀୟ ବିବାହ ...

  • ସିଗାରେଟ ଧୂଆଁ ନୁହେଁ, ଭୁଲ ବୁଝାମଣା

ରାଜ୍ୟ
Home ›› ରାଜ୍ୟ ››ବିପର୍ଯ୍ୟୟକୁ ସମ୍ମୁଖୀନ ପାଇଁ ନିର୍ମାଣ ହେବ ସଡ଼କ

ବିପର୍ଯ୍ୟୟକୁ ସମ୍ମୁଖୀନ ପାଇଁ ନିର୍ମାଣ ହେବ ସଡ଼କ

2025-06-11 10:22:10
15153
Share:
Facebook
Twitter
E-Mail
WhatsApp
Telegram
ବିପର୍ଯ୍ୟୟକୁ ସମ୍ମୁଖୀନ ପାଇଁ ନିର୍ମାଣ ହେବ ସଡ଼କ

ଭୁବନେଶ୍ବର : ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟରେ ସମ୍ମୁଖୀନ ହେଉଛି। କେଉଁବର୍ଷ ଅତ୍ୟଧିକ ବର୍ଷା ଯୋଗୁ ବନ୍ୟା ଆସୁଛି ତ ଆଉ କେଉଁ ବର୍ଷ ବାତ୍ୟା ଦାଉ ସାଜୁଛି। ପୁଣି ପ୍ରବଳ ବର୍ଷାରେ ରାସ୍ତାଘାଟ ଧୋଇ ହୋଇ ଯାଉଛି। ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହେଉଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାସ୍ତାଗୁଡିକ ନଷ୍ଟ ହୋଇ ଯାଉଥିବାରୁ ପ୍ରଶାସନ ବିପର୍ଯ୍ୟସ୍ତଙ୍କ ପାଖରେ ଶୀଘ୍ର ପହଞ୍ଚି ପାରୁନାହିଁ। ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଥିବା ବେଳେ ସ୍ଥାନୀୟ ଲୋକ ମଧ୍ୟ ସୁରକ୍ଷିତ ଭାବେ ନିରାପଦ ସ୍ଥାନକୁ ଯା’ଆସ କରିପାରୁ ନାହାନ୍ତି। ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଗ୍ରାମାଞ୍ଚଳରେ ବିପର୍ଯ୍ୟୟକୁ ସମ୍ମୁଖୀନ ହେଲାଭଳି ସଡ଼କ ନିର୍ମାଣ କରିବାକୁ ଯାଉଛନ୍ତି। ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା-ବିପର୍ଯ୍ୟୟ ସ୍ଥାୟୀ ସଡ଼କ’ ଯୋଜନା ଆଣି ମଜଭୁତ ସଡ଼କ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନସ୍ଥ ଆରଡବ୍ଲ୍ୟୁର ମୁଖ୍ୟଯନ୍ତ୍ରୀ ଏକ ନିୟମାବଳୀ ପ୍ରସ୍ତୁତ କରିଛନ୍ତି।
ରାଜ୍ୟରେ ବନ୍ୟା, ବାତ୍ୟା, ଅତ୍ୟଧିକ ବର୍ଷା, ଭୂସ୍ଖଳନ ଆଦି ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ଆର୍ଥିକ, ସାମାଜିକ ମାନଦଣ୍ଡକୁ ଦୋହଲାଇ ଦେଉଛି। ଲୋକମାନେ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେଉଛନ୍ତି। ଦୀର୍ଘଦିନ ଧରି ଶିକ୍ଷାନୁଷ୍ଠାନ, ସ୍ବାସ୍ଥ୍ୟକେନ୍ଦ୍ର, ବଜାର, କୃଷିକ୍ଷେତ୍ରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡୁଛି। ଏହାକୁ ଦୃଷ୍ଟି ରଖି ସରକାର ‘ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି’ରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ମାଧ୍ୟମରେ ୫୦୦କି.ମି. ସଡ଼କ ନିର୍ମାଣ କରିବାକୁ ଯାଉଛନ୍ତି। ଏଥିପାଇଁ ମୋଟ ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ଏବଂ ଉକ୍ତ ଯୋଜନା ୫ବର୍ଷ ପାଇଁ କାର୍ଯ୍ୟକାରୀ ହେବ। ଆର୍ଥିକ ବର୍ଷ ୨୦୨୫-୨୬ରେ ୫୦କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ୨୦୨୬-୨୭ବର୍ଷରେ ୨୦୦ କୋଟି, ୨୦୨୭-୨୮ବର୍ଷରେ ୨୦୦ କୋଟି, ୨୦୨୮-୨୯ବର୍ଷରେ ୨୫୦ କୋଟି ଏବଂ ୨୦୨୯-୩୦ବର୍ଷରେ ୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ଯୋଜନା ନିମନ୍ତେ ଆର୍ଥିକ ବର୍ଷ ୨୦୨୫-୨୬ ବଜେଟରେ ସରକାର ୩୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଆବଶ୍ୟକସ୍ଥଳେ ଟେଣ୍ଡର, ସଡ଼କ ନିର୍ମାଣ କାର୍ଯ୍ୟକୁ ଅନୁଧ୍ୟାନ କରି ଖର୍ଚ୍ଚ ଅଟ୍ଟକଳ ବୃଦ୍ଧି କରାଯାଇ ପାରିବ।
ଏହି ସଡ଼କ ନିର୍ମାଣ କରାଯିବା ଦ୍ବାରା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସ୍ଥାନୀୟ ଲୋକ ସୁବିଧାରେ ସେମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଧରି ଗୋଟିଏ ସ୍ଥାନରୁ ଅନ୍ୟତ୍ର ଯିବା ଆସିବା କରିପାରିବେ। ଗ୍ରାମାଞ୍ଚଳରେ ଏହି ସଡ଼କ କେବଳ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାରେ ସହାୟକ ହେବ ନାହିଁ, ବରଂ ସ୍ଥାନୀୟ ବାସିନ୍ଦାଙ୍କ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବ। ରାଜ୍ୟ ସରକାର ନିଜସ୍ବ ସମ୍ବଳରେ ଉକ୍ତ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି।

Powered by Froala Editor

Tags Road plan

Related articles Odisha News Lens 4.1

  • ଏଲପିଜି ବୁକିଂ ନିୟମକୁ ନେଇ ସରକାରଙ୍କ ସ୍ପଷ୍ଟୀକରଣ
    ଦେଶ-ଦେଶାନ୍ତର

    ଏଲପିଜି ବୁକିଂ ନିୟମକୁ ନେଇ ସରକାରଙ୍କ ସ୍ପଷ୍ଟୀକରଣ

    14065
    Mar 25, 2026
  • ସିଗାରେଟ ଧୂଆଁ ନୁହେଁ, ଭୁଲ ବୁଝାମଣା
    ମନୋରଞ୍ଜନ

    ସିଗାରେଟ ଧୂଆଁ ନୁହେଁ, ଭୁଲ ବୁଝାମଣା

    13990
    Mar 24, 2026
  • ହାଇକୋର୍ଟରେ ଖାରଜ ହେଲା ଲାଲୁଙ୍କ ପିଟିସନ
    ଦେଶ-ଦେଶାନ୍ତର

    ହାଇକୋର୍ଟରେ ଖାରଜ ହେଲା ଲାଲୁଙ୍କ ପିଟିସନ

    14262
    Mar 25, 2026
  • ଯୁଦ୍ଧର ପ୍ରଭାବ : ବଢ଼ିବ ମଦ, ବିୟର ମୂଲ୍ୟ
    ଦେଶ-ଦେଶାନ୍ତର

    ଯୁଦ୍ଧର ପ୍ରଭାବ : ବଢ଼ିବ ମଦ, ବିୟର ମୂଲ୍ୟ

    15103
    Mar 25, 2026
  • ଅନୁମତି ନଥିବା କହି ଇରାନ ଫେରାଇ ଦେଲା ପାକିସ୍ତାନ ଜାହଜ
    ଦେଶ-ଦେଶାନ୍ତର

    ଅନୁମତି ନଥିବା କହି ଇରାନ ଫେରାଇ ଦେଲା ପାକିସ୍ତାନ ଜାହଜ

    13670
    Mar 25, 2026
  • ‘ମେଟା’ ଉପରେ ୩୫,୨୦୦ କୋଟିର ଫାଇନ୍
    ଦେଶ-ଦେଶାନ୍ତର

    ‘ମେଟା’ ଉପରେ ୩୫,୨୦୦ କୋଟିର ଫାଇନ୍

    14165
    Mar 25, 2026
  • ପଞ୍ଜାବୀ ଅଭିନେତ୍ରୀଙ୍କୁ ଦ୍ୱିତୀୟ ବିବାହ କଲେ ବାଦଶାହ
    ମନୋରଞ୍ଜନ

    ପଞ୍ଜାବୀ ଅଭିନେତ୍ରୀଙ୍କୁ ଦ୍ୱିତୀୟ ବିବାହ କଲେ ବାଦଶାହ

    13999
    Mar 24, 2026
  • କେଉଁ ତ୍ଵଚା ପାଇଁ ମୁଲତାନି ମିଟ୍ଟି ବ୍ୟବହାର କରିବେ ଜାଣନ୍ତୁ....
    ବିଶେଷ

    କେଉଁ ତ୍ଵଚା ପାଇଁ ମୁଲତାନି ମିଟ୍ଟି ବ୍ୟବହାର କରିବେ ଜାଣନ୍ତୁ....

    14790
    Mar 25, 2026
  • ୟୁଏଇ ନଷ୍ଟ କଲା  ୫ ବାଲିଷ୍ଟିକ କ୍ଷେପଣାସ୍ତ୍ର ଓ ୧୭ଟି ଡ୍ରୋନ
    ଦେଶ-ଦେଶାନ୍ତର

    ୟୁଏଇ ନଷ୍ଟ କଲା ୫ ବାଲିଷ୍ଟିକ କ୍ଷେପଣାସ୍ତ୍ର ଓ ୧୭ଟି ଡ୍ରୋନ

    14442
    Mar 25, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୟୁଏଇ ନଷ୍ଟ କଲା ୫ ବାଲିଷ୍ଟିକ କ୍ଷେପଣାସ୍ତ୍ର ଓ ୧୭ଟି ଡ୍ରୋନ

    14442
    Mar 25, 2026
  • ଦେଶ-ଦେଶାନ୍ତର

    ‘ମେଟା’ ଉପରେ ୩୫,୨୦୦ କୋଟିର ଫାଇନ୍

    14165
    Mar 25, 2026
  • ଦେଶ-ଦେଶାନ୍ତର

    ଯୁଦ୍ଧର ପ୍ରଭାବ : ବଢ଼ିବ ମଦ, ବିୟର ମୂଲ୍ୟ

    15103
    Mar 25, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17384
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17449
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17797
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16268
    Apr 03, 2021

ବିଶେଷ

  • କେଉଁ ତ୍ଵଚା ପାଇଁ ମୁଲତାନି ମିଟ୍ଟି ବ୍ୟବହାର କରିବେ ଜାଣନ୍ତୁ....

    14790
    Mar 25, 2026
  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....

    14859
    Mar 23, 2026
  • ବୟସ ବୃଦ୍ଧିକୁ ହ୍ରାସ କରେ ଏହି ଫଳ

    13938
    Mar 22, 2026
  • ‘ପଖାଳ’ ହେଉଛି ଓଡ଼ିଆଙ୍କ ସହ ଜଡ଼ିତ ଭାବପ୍ରବଣତା

    15088
    Mar 20, 2026
  • ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ହୋଇଯାଆନ୍ତି ବରବାଦ

    15636
    Mar 19, 2026

ବାଣିଜ୍ୟ

ସୁନା୬,୭୦୦ ଟଙ୍କା କମିଲା

ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ହ୍ରାସ ହୋଇଛି । ସୋମବାର, ୨୩  ରିପୋର୍ଟ ଲେଖାଯିବା ସମୟରେ, ସୁନା ଫ୍ୟୁଚର୍ସ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ପ୍ରାୟ ୬,୭୦୬ ହ୍ରାସ ପାଉଥିଲା।

MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ ଖୋଲିଥିଲା। ପୂର୍ବ MCX ରେ ସୁନା ୧,୪୪,୪୯୨ ରେ କା ...

  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15015
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15526
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13822
    Mar 20, 2026
  • ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

    14264
    Mar 05, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଯୁଦ୍ଧର ପ୍ରଭାବ : ବଢ଼ିବ ମଦ, ବିୟର ମୂଲ୍ୟ

    15103
    Mar 25, 2026
  • ‘ମେଟା’ ଉପରେ ୩୫,୨୦୦ କୋଟିର ଫାଇନ୍

    14165
    Mar 25, 2026
  • ସୋନିଆ ଗାନ୍ଧି ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

    14698
    Mar 25, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In