ବିଳମ୍ବରେ ଭୋଜନ କଲେ ହୋଇଥାଏ ଏହି ଅସୁବିଧା

ଆଧୁନିକ ଜୀବନଶୈଳୀରେ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରିବା ଓ ବିଳମ୍ବରେ ଭୋଜନ କରିବା ଏକ ସାଧାରଣ କଥା ହୋଇଗଲାଣି । କିନ୍ତୁ ଏହି ଅଭ୍ୟାସ ଭବିଷ୍ୟତରେ ଅନେକ ସମସ୍ୟା ସୃଷ୍ଟି କରିପାରେ ।
-ବିଳମ୍ବରେ ଭୋଜନ କରିବା ଅଭ୍ୟାସ ମୋଟାପଣ, ଡାଇବେଟିସ୍ ଓ ହୃଦ୍ରୋଗ ଭଳି ବିଭିନ୍ନ ସମସ୍ୟା ସୃଷ୍ଟି କରିପାରେ।
-ରାତିରେ ଖାଦ୍ୟ ଠିକ୍ ଭାବରେ ହଜମ ହୋଇପାରି ନ ଥାଏ। ତେଣୁ ଏହା ବିଭିନ୍ନ ଶାରୀରିକ ସମସ୍ୟା ସୃଷ୍ଟି କରିଥାଏ।
-ରାତିରେ ଶରୀର ବିଶ୍ରାମ କରିଥାଏ। ତେଣୁ ବିଳମ୍ବରେ ହୋଇଥିବା ଭୋଜନ କ୍ୟାଲୋରିଭାବେ ଜମା ହୋଇଯାଏ। ଫଳରେ ମେଦବହୁଳତା ଭଳି ସମସ୍ୟା ଦେଖାଦିଏ।
-ଏହି ଅଭ୍ୟାସ ଶରୀରରେ ଇନ୍ସୁଲିନ୍ର ମାତ୍ରାକୁ ବି ପ୍ରଭାବିତ କରିଥାଏ। ତେଣୁ ଟାଇପ୍-୨ ଡାଇବେଟିସ୍ ହେବା ଆଶଙ୍କା ସୃଷ୍ଟି କରାଇଥାଏ।
ବିଳମ୍ବିତ ରାତିରେ ଅଧିକ ଗରିଷ୍ଠ ଭୋଜନ କଲେ ତାହା ପାଚନକ୍ରିୟା ଉପରେ ପ୍ରଭାବ ପକାଇଥାଏ। ତେଣୁ ଏସିଡିଟି ଓ ବଦହଜମୀ ଭଳି ସମସ୍ୟା ଦେଖା ଦେଇଥାଏ। ଏହା ଅନେକାଂଶରେ ନିଦ ମଧ୍ୟ ଖରାପ କରିପାରେ।
Powered by Froala Editor