ଘର ସଜାଇବାକୁ ନେଇ କିଛି ବାସ୍ତୁ ଟିପ୍ପ ଜାଣନ୍ତୁ .....

ଘର ସଜାଇବା କାହାକୁ ବା ଭଲ ନ ଲାଗେ। ସେଥିପାଇଁ କିଏ କେତେ ପ୍ରକାରର ଘରସଜ୍ଜା ସାମଗ୍ରୀରେ ଘର ସଜାଇଥାନ୍ତି। ହେଲେ ଏମିତି ବି କିଛି ଜିନିଷ ଅଛି; ଯେଉଁଥିରେ ଘର ସଜାଇବାକୁ ନେଇ ବାସ୍ତୁଶାସ୍ତ୍ରରେ ବାରଣ କରାଯାଇଛି…
ବାସ୍ତୁଶାସ୍ତ୍ର ଅନୁଯାୟୀ, ଦର୍ପଣ ହେଉଛି ଏକ ଶକ୍ତିଶାଳୀ ତତ୍ତ୍ୱ; ଯାହା ସକାରାତ୍ମକ ଊର୍ଜାକୁ ଆକର୍ଷିତ କରିବା ସହ ଧନକୁ ବି ପ୍ରଭାବିତ କରିଥାଏ।
ତେଣୁ କାଚରେ ତିଆରି ଘରସଜ୍ଜା ସାମଗ୍ରୀକୁ ଘରେ ରଖିବା ଶୁଭ। କିନ୍ତୁ ଭାଙ୍ଗି ଯାଇଥିବା କାଚ କି ଦର୍ପଣକୁ ମୁହୂର୍ତ୍ତକ ପାଇଁ ବି ଘରେ ରଖିବା ଶୁଭଙ୍କର ନୁହେଁ।
ଘରେ କୌଣସି ଜଙ୍ଗଲୀ ପ୍ରାଣୀ ଯେମିତି କି ବାଘ, ସିଂହ, ଭାଲୁ, ସାପ, ପେଚା ଆଦିଙ୍କର ଫଟୋ କି ଚିତ୍ର ରଖିବା ବି ଠିକ୍ ନୁହେଁ।
କାକଟସ୍ ଭଳି କଣ୍ଟା ଜାତୀୟ ଉଦ୍ଭିଦକୁ ଘରେ ରଖିବା ଆଦୌ ଠିକ୍ ନୁହେଁ। କିନ୍ତୁ ଗୋଲାପ ଗଛ କଣ୍ଟାଜାତୀୟ ହେଲେ ବି ଏହାକୁ ଘରେ ରଖିପାରିବ।
ସମୁଦ୍ରରେ ଝଡ଼ ସୃଷ୍ଟି ହେଉଥିବାର ଚିତ୍ର, କାନ୍ଦୁଥିବା ଶିଶୁ, ଯୁଦ୍ଧର ଫଟୋ ଅଥବା ଏକାକୀ ଗୋଟିଏ ପକ୍ଷୀ ବସିଥିବାର ପେଣ୍ଟିଂକୁ ବି ଘରେ ଲଗାଇବା ଠିକ୍ ନୁହେଁ।
ଖରାପ କିମ୍ବା ବନ୍ଦ ହୋଇଯାଇଥିବା ଘଣ୍ଟାକୁ ବି ଘରେ ରଖିଲେ ପରିବାରର ସୁଖଶାନ୍ତି ଉପରେ କୁ-ପ୍ରଭାବ ପଡ଼ିଥାଏ।
Powered by Froala Editor