କପିଲଙ୍କ ସୁରକ୍ଷା ବଢ଼ାଇଲା ମୁମ୍ବାଇ ପୁଲିସ

କାନାଡାରେ ଥିବା ଅଭିନେତା କପିଲ ଶର୍ମାଙ୍କ କାପ୍ସ କାଫେ ଉପରେ ଗତ ଗୁରୁବାର ପୁଣି ଥରେ ଗୁଳି ଚାଳନା ହୋଇଥିଲା। ଗୋଟିଏ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସରେରେ ଥିବା କପିଲ ଶର୍ମାଙ୍କ କାପ୍ସ କାଫେରେ ଗୁଳି ଚାଳନା ହେବା ପରେ ଏବେ କପିଲଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି। ମୁମ୍ବାଇ ପୁଲିସ ତାଙ୍କର ସୁରକ୍ଷା ବଢ଼ାଇଥିବା ଜଣାପଡ଼ିଛି।
କପିଲଙ୍କ କାଫେ ୪ ଜୁଲାଇରେ ଆରମ୍ଭ ହୋଇଥିଲା। କପିଲଙ୍କ ରେଷ୍ଟୁରାଣ୍ଟରେ ଶେଷ ଥର ପାଇଁ ୮ ଅଗଷ୍ଟରେ ଆକ୍ରମଣ ହୋଇଥିଲା, ଯାହା ଗୋଟିଏ ମାସ ମଧ୍ୟରେ ଦ୍ୱିତୀୟ ଆକ୍ରମଣ ଥିଲା। ପ୍ରଥମ ଆକ୍ରମଣ ୧୦ ଜୁଲାଇରେ ହୋଇଥିଲା, ଏହା ପରେ ମୁମ୍ବାଇ ପୋଲିସ କପିଲଙ୍କ ସହ କଥାବାର୍ତ୍ତା କରିବାକୁ ତାଙ୍କ ଘର ଓଶିୱାରାକୁ ଯାଇଥିଲା।
ତେବେ ଆକ୍ରମଣ ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ ଥିବା ସାମ୍ନାକୁ ଆସିଛି। ଏହା ସହ ଲରେନ୍ସ ବିଷ୍ଣୋଇ କପିଲ ଶର୍ମାଙ୍କୁ କାହିଁକି ଟାର୍ଗେଟ କରୁଛି ତାହା ମଧ୍ୟ ସାମ୍ନାକୁ ଆସିଛି। କିଛି ଦିନ ତଳେ ଲରେନ୍ସ ଗ୍ରୁପର ଗ୍ୟାଙ୍ଗଷ୍ଟର ହ୍ୟାରି ବକ୍ସରଙ୍କ ଅଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ଦାବି କରାଯାଇଥିଲା ଯେ, କପିଲ, ସଲମାନଙ୍କୁ ତାଙ୍କ ସୋ’ର ଉଦଘାଟନ ପାଇଁ ନିମନ୍ତ୍ରଣ କରିଥିଲେ। ସେଥିପାଇଁ ତାଙ୍କ କାଫେରେ ଗୁଳିଚାଳନା କରାଯାଇଛି।
ପରବର୍ତ୍ତୀ ସମୟରେ, ଯଦି କୌଣସି ନିର୍ଦ୍ଦେଶକ, ପ୍ରଯୋଜକ, କଳାକାର ତାଙ୍କ ସହ କାମ କରନ୍ତି ତେବେ ଚେତାବନୀ ପରିବର୍ତ୍ତେ ସିଧାସଳଖ ଗୁଳି ସେମାନଙ୍କ ଛାତିରେ ବାଜିବ। ସେ ଜଣେ ଛୋଟ କଳାକାର ହେଉ କି ଜଣେ ଛୋଟ ନିର୍ଦ୍ଦେଶକ, ଆମେ କାହାକୁ ଛାଡିବୁ ନାହିଁ। ଆମେ ତାକୁ ମାରିଦେବୁ।"
Powered by Froala Editor