ସଡ଼କ ଦୁର୍ଘଟଣାରେ ଡ୍ରାଇଭର ମୃତ

କଳବାଡିଆ: ସଡ଼କ ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଧୀନ ଜଗନ୍ନାଥଖୁଣ୍ଟା ଓଭରବ୍ରିଜ୍ ଉପରେ ଘଟିଛି ଏକ ସଡ଼କ ଦୁର୍ଘଟଣା। ଅଜଣା ଗାଡିକୁ ପଛପଟୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି ଏକ ଟ୍ରକ୍। ଫଳରେ ନିଜ ଗାଡିର ଚକ ତଳେ ପଡି ଡ଼୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତ ଡ୍ରାଇଭରଜଣକ ପଶ୍ଚିମବଙ୍ଗ ରାଜ୍ୟର ଗଡବେତା ଅଞ୍ଚଳର ସମୀର ଦାସ ବୋଲି ଜଣାପଡିଛି। ଟ୍ରକଟି ଗତକାଲି ମଙ୍ଗୁଳିରୁ ଦୁର୍ଗାପୁର ଯାଉଥିଲା। ତେବେ ଘଟଣା ସ୍ଥଲରେ ବାଙ୍ଗିରିପୋଷି ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ।
Powered by Froala Editor