ସୁରକ୍ଷାକର୍ମୀଙ୍କ ଗୁଳିରେ କୁଖ୍ୟାତ ମାଓନେତା ନିହତ

ଭୁବନେଶ୍ବର: ଛତିଶଗଡର ବିଜାପୁର ଜିଲାରେ ମାଓ ଏନକାଉଣ୍ଟର୍ । ସୁରକ୍ଷାକର୍ମୀଙ୍କ ଗୁଳିରେ କୁଖ୍ୟାତ ମାଓନେତା ଭାସ୍କରର ମୃତ୍ୟୁ ହୋଇଛି । ଆଇଜି ବସ୍ତର କହିଛନ୍ତି ଯେ ଏନକାଉଣ୍ଟର ସ୍ଥଳରୁ ଏକେ-୪୭ ରାଇଫଲ ବ୍ୟତୀତ ବିପୁଳ ବିସ୍ଫୋରକ, ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ମଧ୍ୟ ଜବତ କରାଯାଇଛି । ଭାସ୍କର ନାଁରେ ୪୫ଲକ୍ଷର ପୁରସ୍କାର ରାଶି ରହିଥିଲା । ନିହତ ଭାସ୍କର ତେଲେଙ୍ଗାନା ରାଜ୍ୟ କମିଟିର ସଦସ୍ୟ । ସେ ତେଲେଙ୍ଗାନାର ଆଦିଲାବାଦ ଜିଲାର ବାସିନ୍ଦା ଥିଲା । ସିପିଆଇ (ମାଓବାଦୀ) ସଂଗଠନର ତେଲେଙ୍ଗାନା ରାଜ୍ୟ କମିଟିର ମଞ୍ଚେରିଆଲ କୋମରାମ ଭୀମାର ସଚିବ ମଧ୍ୟ ରହିଥିଲା । ଗୁରୁବାର ଦିନ ବିଜାପୁରରେ ନକ୍ସଲ ବିରୋଧୀ ଅଭିଯାନ ସମୟରେ ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ଗୌତମ ଓରଫ ସୁଧାକର ମଧ୍ୟ ନିହତ ହୋଇଥିଲା ।
Powered by Froala Editor