ବିଚ୍ ରାସ୍ତାରେ ବୋମାମାଡ, ୪ ଆହତ

ଦଶପଲ୍ଲା : ଦିନ ଦ୍ୱିପ୍ରହରରେ ବିଚ୍ ରାସ୍ତାରେ ଶୁକ୍ରବାର ବୋମାମାଡ ହୋଇଛି । ୫୭ ନମ୍ବର ଜାତୀୟ ରାଜପଥ ଦୁର୍ଗା ବଜାର ନିକଟରେ ଏହି ବୋମାମାଡ ହୋଇଛି । ବୋମାମାଡରେ ୪ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ପରେ ବୋମାମାଡ କରିଥିବା ଦୁର୍ବୃତ୍ତ ଫେରାର ହୋଇ ଯାଇଛନ୍ତି । ବୋମାମାଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
Powered by Froala Editor