ରାଜ୍ୟରେ ଡହଡହ ତାତି, ଆହୁରି ୪ ଦିନ ଯାଏଁ ସିଝେଇବ
ଭୁବନେଶ୍ଵର: ରାଜ୍ୟରେ ଡହଡହ ତାତି। ବ୍ୟତିବ୍ୟସ୍ତ ହୋଇପଡ଼ୁଛି ଜନଜୀବନ। ମଙ୍ଗଳବାର ଦିନ ସାଢେ ୧୧ଟା ସୁଦ୍ଧା ବାଲେଶ୍ଵରରେ ସର୍ବାଧିକ ୩୮.୪ ଡିଗ୍ରୀ ସେଲ୍ସିୟସ ତାତି ଅନୁଭୂତ ହୋଇଛି। ସେହିପରି ସମ୍ବଲପୁରରେ ୩୭.୨, ଭୁବନେଶ୍ଵର ୩୬.୬ ଡିଗ୍ରୀ ରେକର୍ଡ଼ ହୋଇଛି ତାପମାତ୍ରା। ଏହା ବ୍ୟତୀତ ଝାରସୁଗୁଡ଼ା ଓ ପୁରୀରେ ୩୬.୪ ଡିଗ୍ରୀ ରହିଛି ତାପମାତ୍ରା।
ସୂଚନାଯୋଗ୍ୟ, ଆଜି ସକାଳ ସାଢେ ୮ଟାସୁଦ୍ଧା ବାଲେଶ୍ବରରେ ୩୪.୮ ଡିଗ୍ରୀ ଛୁଇଁଥିଲା ପାରଦ। ପୁରୀରେ ୩୪.୬, ଭୁବନେଶ୍ବରରେ ୩୩.୪, ଚାନ୍ଦବାଲିରେ ୩୩.୪, ପାରାଦ୍ବୀପରେ ୩୨.୮ ଓ ଗୋପାଳପୁରରେ ୩୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଝାଞ୍ଜି ଓ ଗୁଳୁଗୁଳି ଅସହ୍ୟ ହୋଇପଡ଼ୁଛି। ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ। ପାଣିପାଗ ବିଭାଗ ପକ୍ଷରୁ ଖରା ଓ ଗୁଳୁଗୁଳି ପାଇଁ ସତର୍କ ସୂଚନା ଜାରି କରାଯାଇଛି।
Powered by Froala Editor