ହୁହୁ ହୋଇ ବଢ଼ିଚାଲିଛି ସଂକ୍ରମଣ, ମହାରାଷ୍ଟ୍ରରେ ହୋଇପାରେ ସମ୍ପୂର୍ଣ୍ଣ ଲକଡାଉନ
ମୁମ୍ବାଇ: ହୁହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ । ମହାରାଷ୍ଟ୍ରରେ ଲଗାତାର ସଂକ୍ରମଣ ବଢ଼ି ଚାଲିଥିବାରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିପାରନ୍ତି । କରୋନା ସଂକଟ ସଂକ୍ରାନ୍ତ ଆଲୋଚନା ପାଇଁ ହୋଇଥିବା ଏକ ସର୍ବଦଳୀୟ ବୈଠକରେ ଲକଡାଉନ ସପକ୍ଷରେ ମୁଖ୍ୟମନ୍ତ୍ରୀ ଠାକରେ ଦୃଢ଼ ଯୁକ୍ତ ରଖିଥିଲେ । ସଂକ୍ରମଣ ଚେନ ଭାଙ୍ଗିବା ପାଇଁ ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ ହିଁ ଏକମାତ୍ର ବିକଳ୍ପ ବୋଲି ଠାକରେ କହିଛନ୍ତି । ବିଭିନ୍ନ କଟକଣା ସତ୍ତ୍ୱେ ସଂକ୍ରମଣ କମୁନାହିଁ । ତେଣୁ ଲକଡାଉନ ସଂକ୍ରାନ୍ତରେ ଖୁବଶୀଘ୍ର ନିଷ୍ପତ୍ତି ହେବ ବୋଲି ଠାକରେ କହିଛନ୍ତି । ଅନ୍ୟ ପକ୍ଷରେ ରାଜ୍ୟରେ ସପ୍ତାହାନ୍ତ ଲକଡାଉନ ଆରମ୍ଭ ହୋଇଛି । ମୁମ୍ବାଇ, ପୁନେ, ଔରଙ୍ଗାବାଦ ଏବଂ ନାଗପୁର ସମେତ ବିଭିନ୍ନ ପ୍ରମୁଖ ସହରମାନଙ୍କରେ ଦୋକାନ ବଜାର ବନ୍ଦ ରହିଛି । ସନ୍ଧ୍ୟା ୮ଟାରୁ ରାଜ୍ୟରେ ସପ୍ତାହାନ୍ତ ଲକଡାଉନ ଆରମ୍ଭ ହୋଇଚି ଏବଂ ଏହା ସୋମବାର ସକାଳ ୭ଟା ପର୍ଯ୍ୟନ୍ତ ଚାଲିବ ।